Odisha Link
Bridging the Missing Links in Odisha

ଆଜି ମାଲକାନଗିରି ବନ୍ଦ

ମାଲକାନଗିରି: କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଏହି ବନ୍ଦ ପାଳନର ନେତୃତ୍ୱ ନେଉଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ବନ୍ଦକୁ ଜିଲ୍ଲା ଆଦିବାସୀ ସଂଘ ସମର୍ଥନ କରୁଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଜିଲ୍ଲାରେ ପଡିଛି। ଗାଡି ମୋଟର ଚଳାଚଳ ବନ୍ଦ ରହିଛି।

Comments are closed.