ଏସ୍ସିବି ଆଇସିୟୁରୁ ଅଭିଯୁକ୍ତ ଚମ୍ପଟ୍
କଟକ: ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି।
ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। କିନ୍ତୁ ଥାନାରେ ଥିବା ପାଇଖାନାରେ ଅଭିଯୁକ୍ତ ଜଣଙ୍କ ଫିନାଇଲ ପିଇ ଦେଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।
Comments are closed.