ସିଏଏକୁ ମନା, ସଂଘୀୟ ବ୍ୟବସ୍ଥାର ବିରୋଧ: ବୈଜୟନ୍ତ
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଲାଗୁ ନକରିବାକୁ କୌଣସି ରାଜ୍ୟର ଅଧିକାର ନାହିଁ। ଯିଏ ମନା କରିବ ଧରାଯିବ ସେ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି।
ସେ କହିଛନ୍ତି ଯେ, ସିଏଏକୁ ନେଇ ଅପପ୍ରଚାର ପଛରେ ବିରୋଧୀଙ୍କ ହତାଶାଭାବ ରହିଛି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସିଏଏ ଓ ଏନଆରସିକୁ ପ୍ରଥମେ କଂଗ୍ରେସ ଆଣିଥିଲା। ଏବେ ବିରୋଧ କାହିଁକି। ସଂଘୀୟ ବ୍ୟବସ୍ଥାରେ ଏହା କେନ୍ଦ୍ର ଅଧୀନ ପ୍ରସଙ୍ଗକୁ ଲାଗୁ ନକରିବାକୁ କହିବା କୌଣସି ରାଜ୍ୟର ଅଧିକାର ନାହିଁ। ଯିଏ ମନା କରିବ ଧରାଯିବ ସେ ସଂଘୀୟ ବ୍ୟବସ୍ଥାର ବିରୋଧୀ । ଏହାଛଡ଼ା ଏନଆରସି ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି।
Comments are closed.