Odisha Link
Bridging the Missing Links in Odisha

ଲାଞ୍ଚ ନେଇ ତିନି ପୋଲିସ ନିଲମ୍ବତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାରେ ତିନି ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଥାନାର କନଷ୍ଟେବଲ୍‌ ପ୍ରଶାନ୍ତ ପ୍ରଧାନ, ହାବିଲଦାର ବିରଞ୍ଚି ବେହେରା ଓ ଡ୍ରାଇଭର ଜଗନ୍ନାଥ ଜେନା । ଜଣେ ପାନ ଦୋକାନୀଙ୍କ ଜରିଆରେ ଆଜି ତିନିଜଣ ପୋଲିସ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଥାନାରେ ଲାଞ୍ଚ ନେଲେ ଧରା ପଡ଼ିଯିବେ ବୋଲି ଭାବି ଏପରି ଟଙ୍କା ଲାଞ୍ଚ ନେଇଥିଲେ । ଭାବିଥିଲେ ଏଥିରେ କିଛି ଭୟ ନାହିଁ । କିନ୍ତୁ ପାନ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ କେହି ଜଣେ ମୋବାଇଲ୍‌ରେ ଦୃଶ୍ୟକୁ ଉତ୍ତୋଳନ କରି ଭାଇରାଲ୍ କରି ଦେଇଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଏସ୍‌ପି ସେମାନଙ୍କୁ ସସ୍‌ପେଣ୍ଡ୍ କରି ଦେଇଛନ୍ତି ।

Comments are closed.