‘ବାବୁ ଭାଇଜାନ୍’ସିନେମା ଦେଖିଲେ ବିଦେଶିନୀ ଆଉ କହିଲେ……
ଭୁବନେଶ୍ବର : ସିନେମା ଦେଖିବା ପାଇଁ ଭାଷା ବାଧକ ସାଜିଥିଲେ ମଧ୍ୟ ସିନେମାର ଗୀତ ଗୁଡ଼ିକ ସେହିବାଧାକୁ ଦୂର କରିଦେଇ ଥାଏ । ଏହାକୁ ପ୍ରମାଣ କରିଛନ୍ତି ଋଷର ଦୁଇ ମହିଳା ।ରବିବାର ରିଲିଜ୍ ହୋଇଛି ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’। ଅରିନ୍ଦମ ଓ ଶିବାନୀଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଭଲ ପାଇବା ମିଳିଛି ।
ଓଡ଼ିଆ ଦର୍ଶକଙ୍କ ସହ ଦୁଇ ଜଣ ବିଦେଶିନୀ ବସି ଏହି ସିନେମାକୁ ଉପଭୋଗ କରୁଥିଲେ। ସେମାନେ ଓଡ଼ିଆ ବୁଝନ୍ତି ନାହିଁ। ସିନେମାଟିକୁ ବୁଝିବାରେ ଭାଷା ବାଧକ ସାଜିଥିଲେ ବି ଏଥିରେ ଥିବା ଗୀତ ଗୁଡ଼ିକର ମ୍ୟୁଜିକ୍କୁ ସେମାନେ ଅନୁଭବ କରିପାରିଥିଲେ ଓ ଏହାର ମଜା ଉଠାଇଥିଲେ। ଋଷର ଏହି ଦୁଇ ମହିଳାଙ୍କ କହିବା ଅନୁଯାୟୀ, ସିନେମା ଖୁବ୍ ସୁନ୍ଦର ସୁନ୍ଦର ଲୋକେସନ୍ ରହିଛି। ସେହିଭଳି ମ୍ୟୁଜିକ୍ ଭଲ ହୋଇଛି। ସେଗୁଡ଼ିକୁ ଶୁଣିଲେ ଖୁବ୍ ଭଲ ଲାଗୁଛି।
ସୂଚନାଯୋଗ୍ୟ, ‘ବାବୁ ଭାଇଜାନ୍’ ସିନେମାଟି ବାଲେଶ୍ୱରର ଉଦ୍ୟୋଗପତି ଅବଦୁଲ ଅମିନ୍ ଖାନ୍ଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ। ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା। ପ୍ୟାଣ୍ଟ୍ ବଦଳରେ ଗାମୁଛା ପିନ୍ଧି ସେ ସ୍କୁଲ୍ ଯାଉଥିଲେ। ସ୍କୁଲ୍ରେ ଦିଆଯାଉଥିବା ମକା ଖିରି ଖାଇବା ପାଇଁ ଲାଇନ୍ରେ ଛିଡ଼ା ହେଉଥିଲେ। ଯେଉଁ ବୟସରେ କେବଳ ଖଡ଼ି, ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡ଼ା ଧରିଲେ। ଆଉ ଏବେ ତାଙ୍କର ସେହି ସଂଘର୍ଷ ତାଙ୍କୁ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି କରିବାରେ ସାହାଯ୍ୟ କରିଛି।
ସିନେମାରେ ଶିବାନୀ ଏବଂ ଅରିନ୍ଦମ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ମିହିର ଦାସ, ସମରେଶ, ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ବିଦୁସ୍ମିତା ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଳି କଳାକାର ଅଛନ୍ତି।
Comments are closed.