କଟକର ସାରଳା ସାହିତ୍ୟ ସଂସଦକୁ ମଳିବ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’’
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନା ପତିଙ୍କ ଅନନ୍ୟ ସୃତିରେ ପ୍ରଦାନ କରାଯାଉଥିବା “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’’ର ପ୍ରାପକ ହେବେ କଟକର ବିଶିଷ୍ଟ ସଂଗଠନ ସାରଳା ସାହିତ୍ୟ ସଂସଦ ।
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ତଥା ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ ଏହି ସମ୍ମାନ ପ୍ରଦାନ କରାଯିବ । ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରେ ବିଭାଗ ଆନୁକୂଲ୍ୟରେ ସଂସ୍କୃତି ବିଭାଗ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜତି ଏକ ମନୋଜ୍ଞ ଉତ୍ସବରେ ସାରଳା ସାହିତ୍ୟ ସଂସଦକୁ ଏହି ସମ୍ମାନ, ପୁରସ୍କାର ବାବଦରେ ଅର୍ଥରାଶି ଇତ୍ୟାଦି ପ୍ରଦାନ କରାଯିବ ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତି୍ୟକ ତଥା ବିଦ୍ୱାନ ହର ପ୍ରସାଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେବେ । ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ମଧ୍ୟ ଉପସ୍ଥିତ ରହିବେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ଏଥିରେ ଅଧ୍ୟକ୍ଷତା କରିବେ ।
୧୯୮୧ ମସିହାରେ ସ୍ଥାପିତ ହୋଇଥିବା ସାରଳା ସାହିତ୍ୟ ସଂସଦ ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର ପ୍ରସାର, ପ୍ରକାଶନ, ଅନୁବାଦ, ସଂ ପାନ ତଥା କର୍ମଶାଳା ଆୟୋଜନ, ପୁରସ୍କାର-ସମ୍ମାନ-ସମ୍ବର୍ଦ୍ଧନା ପ୍ରଦାନ, ପାଠାଗାର ପରିଚାଳନା ଏବଂ ଅଧ୍ୟୟନ- ଗବେଷଣା ଇତ୍ୟାଦି ଲକ୍ଷ୍ୟ ପୋଷଣ କରି ଏଯାବତ୍ କ୍ରମୋନ୍ନତି ପ୍ରଦର୍ଶନ କରିଆସିଛି । ୨୦୦୨ରେ ସଂସଦ ନିଜସ୍ୱ ଗୃହନିର୍ମାଣ ପୂର୍ବକ ସେଠାରେ ଶୀତତା ପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ପାଠାଗାର, ପଠନଗୃହ, ଲେଖକ ଗ୍ୟାଲେରୀ ଓ ସଂଗ୍ରହାଳୟ ଇତ୍ୟାଦି ପ୍ରତିଷ୍ଠା କରିଛି ।
ସଂସଦର ପ୍ରତିଷ୍ଠାତା ସଭା ପତି ଇଂ.ଡ. ପ୍ରଭାକର ସ୍ୱାଇଁଙ୍କ ଉଦ୍ୟମରେ ଏହି ଅନୁଷ୍ଠାନ ପକ୍ଷରୁ ଶତାଧିକ ପୁସ୍ତକ ପ୍ରକାଶ ପାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖାମାନ ଗଠନ କରିବାରେ ସମର୍ଥ ହୋଇ ପାରିଛି ।
Comments are closed.