Odisha Link
Bridging the Missing Links in Odisha

କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଡ୍ରେସ୍‍ କୋଡ୍‍

ବାରଣସୀ: ବାରଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ କରାଯାଇଛି ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା। ଏଣିକି ନିର୍ଦ୍ଧାରିତ ଡ୍ରେସ୍‍ କୋଡ୍‍ ମୁତାବକ ମନ୍ଦିରରେ କାଶୀ ବିଶ୍ୱନାଥଙ୍କ ସ୍ପର୍ଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଣିକି ପୁରୁଷଙ୍କୁ ଧୋତି-କୁର୍ତା ଓ ମହିଳାମାନଙ୍କୁ ଶାଢୀ ପିନ୍ଧିବାକୁ ପଡ଼ିବ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଜିନ୍ସ, ପ୍ୟାଣ୍ଟ, ଶାର୍ଟ ଓ ସୁଟ୍‍ ପିନ୍ଧି ଲୋକେ ଦର୍ଶନ କରିପାରିବେ କିନ୍ତୁ ସେମାନଙ୍କୁ ସ୍ପର୍ଶ ଦର୍ଶନ କରିବାର ଅନୁମତି ମିଳିବ ନାହିଁ। ରବିବାର ମନ୍ଦିର ପ୍ରଶାସନ ଓ କାଶୀ ବିଦ୍ୱାନ ପରିଷଦର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡ୍ରେସ୍‍ କୋଡ୍‌ ସହ ସ୍ପର୍ଶ ଦର୍ଶନର ଅବଧି ମଧ୍ୟ ବୃଦ୍ଧି କରାଯିବ ବୋଲି ବୈଠକରେ କୁହାଯାଇଛି। ମକର ସଂକ୍ରାନ୍ତି ପରଠାରୁ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସୂଚନା ମିଳିଛି।

Comments are closed.