ଇରାନରେ ବଢୁଛି ଜନଅସନ୍ତୋଷ
ନୂଆଦିଲ୍ଲୀ: ଇରାନର ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। କାରଣ ୟୁକ୍ରେନର ବିମାନକୁ ତେହେରାନରେ ଖସାଇଥିବା ଘଟଣାକୁ ଇରାନ ଖସାଇବା ସ୍ୱୀକାର କରିବା ପରେ ସେଠାରେ ଉତେଜନା ବଢିବାରେ ଲାଗିଛି। ବିକ୍ଷୋଭକାରୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟାକାରୀ ଦର୍ଶାଇ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି। ତେହେରାନ ସମେତ ଇରାନର ୪୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
Chants of میکشم، میکشم، آن که برادرم کشت – which roughly translates to "I will kill those who killed my brother." Protests in #Iran following the government admitting it shot down the Ukrainian airliner by mistake.
Outside Amir Kabir University pic.twitter.com/c6h70Kre9n
— Nilo Tabrizy (@ntabrizy) January 11, 2020
ସେମାନେ କହିଛନ୍ତି, ଆମେରିକା ନୁହେଁ ବରଂ ଦେଶର ଶତ୍ରୁ ଦେଶ ଭିତରେ ହି ଅଛନ୍ତି। ତେହେରାନ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସ୍ଥାନରେ ବି ଜୋରଦାର ବିକ୍ଷୋଭ ହୋଇଛି। ଇରାନର ଭୁଲ କ୍ଷେପଣାସ୍ତ୍ର ମାଡ ଯୋଗୁଁ ୧୭୬ ଲୋକଙ୍କ ଜୀବନ ନେବାକୁ ଲୋକେ ଗମ୍ଭୀରତାର ସହ ନେଇଛନ୍ତି ଓ ଇରାକ ଶାସନ ବିରୋଧରେ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ ହୋଇଛି। ମୃତକଙ୍କ ମଧ୍ୟରେ ୮୨ ଜଣ ଇରାନ ନାଗରିକ ବି ଥିଲେ।
Comments are closed.