ଷ୍ଟେସନରୁ ଚୋରା ଚାଉଳ ମିଳିବା ଘଟଣା: ନିଲମ୍ବିତ ହେଲେ ୪ ଆରପିଏଫ କର୍ମଚାରୀ
ଝାରସୁଗୁଡା: ଝାରସୁଗୁଡାରେ ୨୮୮ ବସ୍ତା ଚୋରା ଚାଉଳ ଜବତ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦାୟିତ୍ବରେ ଅବହେଳା ପାଇଁ ୪ଜଣ ଆରପିଏଫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହେଲେ ଆରପିଏଫ ପୋଷ୍ଟ କମାଣ୍ଡାଣ୍ଟଙ୍କ ସହ ଅନ୍ୟ ୩ ସହଯୋଗୀ କର୍ମଚାରୀ।
ସୂଚନା ଅନୁସାରେ ଗତ ୮ ତାରିଖ ରାତିରେ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତୀ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ (ଓଏସସିଏସସି) ଟ୍ୟାଗ୍ ଥିବା ୨୮୮ ବସ୍ତା ଚାଉଳ ଜବତ କରିଥିଲା ଜିଆରପି ଟ୍ରେନରୁ ଚାଉଳ ଚୋରି ହୋଇଥିବା ନ୍ୟୁଜ ୭ରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ଉପରେ ଖୋଳତାଡ଼ ଆରମ୍ଭ କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଥିଲେ । ଅନ୍ୟପଟେ ଦାୟିତ୍ବରେ ଅବହେଳା ପାଇଁ ଗତକାଲି ଆରପିଏଫ ଡିଜି ଝାରସୁଗୁଡା ଆରପିଏଫ ପୋଷ୍ଟ କମାଣ୍ଡର ଏଲ.କେ ଦାସ, ଏଏସଆଇ ଏସ.କେ. କୁମାର, ଦୁଇ ହାବିଲଦାର ଆରଭି ଠାକୁର ଏବଂ ଡ଼ି ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି।
Comments are closed.