ଆରତିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଭାଉଜ କଶ୍ମୀରା
ମୁମ୍ବାଇ : ‘ବିଗ୍ ବସ୍ ୧୩ ‘ ର ‘ ୱିକେଣ୍ଡ କା ବାର୍ ‘ ଏପିସୋଡ୍ କୁ ଦର୍ଶକ ଅପେକ୍ଷା କରିଥାନ୍ତି । କାରଣ ଏହି ଏପିସୋଡ଼ରେ କିଛି ନା କିଛି ଘଟି ଥାଏ । ଏଥର ବେଶ୍ ଆଶ୍ଚର୍ଯ୍ୟଜନକ ଏପିସୋଡ଼ ଥିଲା । କାରଣ ଏହି ଏପିସୋଡ୍ରେ ଏକ ଟାସ୍କରେ ଘରର ସମସ୍ତ ପ୍ରତିଯୋଗୀ ଅତୀତରେ ନିଜ ନିଜ ସହ ଘଟିଥିବା ଘଟଣାକୁ ପ୍ରଥମଥର ପାଇଁ ଦର୍ଶକଙ୍କ ସାମ୍ନାରେ କହିଥିଲେ। ନିଜ ଅତୀତ ବିଷୟରେ ସବୁଠୁ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ ଆରତି ସିଂହ। ସେ କହିଥିଲେ ଯେ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିଲା।
ଆରତି କହିଥିଲେ ଯେ ୧୩ ବର୍ଷ ବୟସରେ ତାଙ୍କ ଘରୋଇ ସହାୟକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ କବଳରୁ ବଞ୍ଚିବା ପାଇଁ ସେ ଦୁଇ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ସେବେଠୁ ତାଙ୍କୁ ମଝିରେ ମଝିରେ ପ୍ୟାନିକ୍ ଆଟାକ୍ ଆସିଥାଏ। ଏହାପରେ ତାଙ୍କ ଭାଉଜ କଶ୍ମୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କଶ୍ମୀରା କହିଛନ୍ତି ଯେ ଏ ବିଷୟରେ ତାଙ୍କୁ କି ତାଙ୍କ ସ୍ୱାମୀ କୃଷ୍ଣ ଅଭିଷେକଙ୍କୁ କିଛି ବି ଜଣାନାହିଁ। ଏସବୁ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋତେ କି କୃଷ୍ଣଙ୍କୁ ଏ ବିଷୟରେ କିଛି ଜଣାନଥିଲା । ଏ ବିଷୟରେ ମୁଁ ଆରତିଙ୍କ ସହ କଥା ହେବି ।
ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଶୁଣି ମୁଁ ବହୁତ ଦଃଖିତ ଓ ଚିନ୍ତିତ ମଧ୍ୟ। ମୁଁ ସେହି ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବାକୁ ଚାହେଁ ଯିଏ ଆରତିଙ୍କ ସହ ଏଭଳି କରିବାକୁ ଚେଷ୍ଟା କରିଥିଲା । ମୁଁ ସବୁବେଳେ ପୀଡ଼ିତାଙ୍କ ପାଇଁ ଲଢ଼ିଥାଏ । ହେଲେ ମୋତେ ଜଣା ନଥିଲା ଯେ ମୋ ନିଜ ଘରେ ହିଁ ଜଣେ ପୀଡ଼ିତା ଅଛନ୍ତି ।”
Comments are closed.