ମକର ସଂକ୍ରାନ୍ତି ପାଇଁ ଜମୁଛି ଗୁଡି ବଜାର

ଭୁବନେଶ୍ବର: କାଲି ପବିତ୍ର ମକର ସଂକ୍ରାନ୍ତି। ମକର ସଂଙ୍କ୍ରାନ୍ତି ଆସିଲେ ମନେପଡେ ଗୁଡି ଉଡା। ଗୁଡିଉଡାକୁ ନେଇ ରହିଛି ଅନେକ ଇତିହାସ। ଏଥିପାଇଁ ସବୁଆଡେ ଜମୁଛି ଗୁଡିର ଆସର। ବଜାରରେ ଦେଖିବାକୁ ମିଳୁଛି ଭିନ୍ନ ଭନ୍ନ ଡିଜାଇନର ଗୁଡିମାନ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗୁଡି ଗଡିକରେ ବିଭିନ୍ନ କ୍ୟାପସନ ଲେଖାଥିବା ଦେଖିବାକୁ ମିଳୁଛି। କ୍ୟାପସନ ଗୁଡି ଯଥା ଡ୍ରାଗନ ଠାରୁ ଆରମ୍ଭ କରି ଆପନା ଟାଇମ୍ ଆୟେଗା, ସବ୍ ଗୋଲମାଲ ହେ, ପବଜୀ, ୟୁନିକର୍ଣ୍ଣ ମ୍ୟାଜିକ, ଜଙ୍ଗଲ ବୁକ୍, ହାପି ବାର୍ଥ ଡେ ଟୁ ୟୁ ଲେଖା ଥିବା ଗୁଡିର ଅଧିକ ଚାହିଦା ରହିଛି ବୋଲି ଗୁଡି ବ୍ୟବସାୟୀମାନେ କହୁଛନ୍ତି। ବ୍ୟବସାୟୀ ମାନେ ଗୁଡି ଦିଲ୍ଲୀ ଏବଂ କୋଲକାତାରୁ ଆଣି ଓଡିଶାରେ ବିକ୍ରୀ କରୁଥିବା ବେଳେ ଗୁଡିର ଦର ୫ ଟଙ୍କାରୁ ୧୦ ଟଙ୍କା ରହିଛି।
ମକର ସଂକ୍ରାନ୍ତିକୁ ସାରା ଓଡିଶାରେ ଧୁମ୍ଧାମରେ ପାଳନ କରାଯାଇଥାଏ। ଉତ୍ତର ଓଡ଼ିଶାରେ ମକର ସଂକ୍ରାନ୍ତିକୁ ଗଣପର୍ବ ଭାବରେ ପାଳନ କରାଯାଏ।
Comments are closed.