Odisha Link
Bridging the Missing Links in Odisha

ପଦବୀ ୧, ଆଶାୟୀ ଅନେକ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ଯାହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚାରେ। ଏହାସହ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୟାନ ଆହୁରି ରୋମାଞ୍ଚ ବଢ଼େଇ ଦେଇଛି। ସୁର ରାଉତରାୟ  କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଆଉ ଏସବୁ ଭିତରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆରମ୍ଭ ହୋଇଯାଇଛି ପାୱାର ସୋ। ଏହାପୂର୍ବରୁ ପିସିସି ସଭାପତିଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ସାମନାକୁ ଆସି ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ଯୁବ କଂଗ୍ରସ ସଭାପତି ପଦ ପାଇଁ ରେସରେ ଅଛନ୍ତି ୭ଜଣ। ଏମାନେ ହେଲେ ଲୋକନାଥ ମହାରଥୀ , ଅଭିଳାଷ ମାଣିଆ , ନିରଂଜନ ନାୟକ , ମନୋଜ ବିଶ୍ୱାଳ, ରାଜୀବ ପଟ୍ଟନାୟକ ଓ ଅନ୍ୟ ୨ଜଣ। ଆଉ ଏହି ପଦ ହାତେଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନାଁରେ ଜୋରଦାର ନାରାବାଜି କରି ଏଆଇସିସି ପ୍ରତିନିଧିଙ୍କ ଆଗରେ କରିଥିଲେ ପାୱାର ସୋ।

୨୦୧୯ ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଦେଖିବାକୁ ମିଳିଛି, କଂଗ୍ରେସର ସେହି ପୁରୁଣା ଗୋଡଟଣା ନୀତି। ଆରମ୍ଭରୁ ହିଁ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୋଷ୍ଠୀ ବିବାଦ।

Comments are closed.