Odisha Link
Bridging the Missing Links in Odisha

ସ୍କୁଟି ଚାଳକକୁ ୨୬ ହଜାର ଫାଇନ୍

କଟକ: ନାବାଳକ ସ୍କୁଟି ଚାଳକକୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜୋରିମାନା ଓ ଲାଇସେନ୍ସ ନଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍‌ ଆର୍‌ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆର୍‌ଟିଓ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.