ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, କମାଇଲା…
ମୁମ୍ବାଇ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଗ୍ରାହକଙ୍କୁ ଝଟକା ଦେଇଛି। କାରଣ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍) ଉପରେ ଦିଆଯାଉଥିବା ସୁଧହାରକୁ ହ୍ରାସ କରାଯାଇଛି। କେତେକ ନିର୍ଦ୍ଦିଷ୍ଟ ମିଆଦ ପାଇଁ ଥିବା ସ୍ଥାୟୀ ଜମା ଉପରେ ସୁଧହାରକୁ ୧୫ ବେସିସ୍ ପଏଣ୍ଟ (୦.୧୫%) ପର୍ଯ୍ୟନ୍ତ ହ୍ରାସ କରାଯାଇଛି।
୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ ମିଆଦର ସ୍ଥାୟୀ ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୧୦ ପ୍ରତିଶତ ସୁଧ ମିଳିବ। ଏହି ମିଆଦର ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୬୦ ପ୍ରତିଶତ ସୁଧ ମିଳିବ।
ସେହିପରି ୨ ବର୍ଷରୁ ଅଧିକ ଓ ୩ ବର୍ଷରୁ କମ ମିଆଦି ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୧୦ ପ୍ରତିଶତ ସୁଧ ମିଳିବ। ଏହି ମିଆଦ ବିଶିଷ୍ଟ ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ୬.୬୦ ପ୍ରତିଶତ ସୁଧ ମିଳିବ। ଅନ୍ୟପକ୍ଷରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଓ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ମିଆଦି ଜମା ଉପରେ ମଧ୍ୟ ସୁଧହାରକୁ ୬.୨୫ ପ୍ରତିଶତରୁ ୬.୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଜମା ସୁଧହାର ମଧ୍ୟ ୬.୭୫ ପ୍ରତିଶତରୁ ୬.୬୦ ପ୍ରତିଶତକୁ ହ୍ରାସ କରାଯାଇଛି। ଜାନୁଆରି ୧୦ରୁ ଏହି ସଂଶୋଧିତ ଜମା ସୁଧହାର ଲାଗୁ ହୋଇଛି।
Comments are closed.