ଅଷ୍ଟ୍ରେଲିଆ ବିପକ୍ଷ ୧ହଜାର ରନ୍ କ୍ଲବରେ ଶିଖର

ମୁମ୍ବାଇ: ଟିମ୍ ଇଣ୍ଡିଆର ଅପନର ବ୍ୟାଟ୍ସମ୍ୟାନ୍ ଶିଖର ଧଓ୍ବନ୍ ଏକ ରେକର୍ଡର ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ବାମହାତୀ ବ୍ୟାଟ୍ସମ୍ୟାନ୍ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ଓଭରଅଲ୍ ୩୨ତମ ଖେଳାଳି ହୋଇଛନ୍ତି। ଭାରତୀୟଙ୍କ ମଧ୍ୟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ସଚିନ କଙ୍ଗାରୁ ଟିମ୍ ବିପକ୍ଷରେ ୩୦୭୭ ରନ୍ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ରୋହିତ୍ ଶର୍ମା (୨୦୪୭ ରନ୍) ଦ୍ୱିତୀୟ, ବିରାଟ୍ କୋହଲି (୧୭୧୭ ରନ୍) ତୃତୀୟ ଏବଂ ମହେନ୍ଦ୍ର ସିଂ ଧୋନି (୧୬୭୦ ରନ୍) ଚତୁର୍ଥ ସ୍ଥାନରେ ରହିଛନ୍ତି।
Comments are closed.