ସେନା ଦିବସରେ ଶୁଭେଚ୍ଛା ଜଣାଇଲେ କେଜ୍ରିଓ୍ବାଲ, କୁମାର ବିଶ୍ବାସ କହିଲେ ନିର୍ବାଚନ ଟା ଏକ…..

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୨ତମ ସେନା ଦିବସ। ଏହି ଅବସରରେ ଭାରତୀୟ ଯବାନ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ନେତା, ଜନସାଧାରଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଭାରତୀୟ ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍ କରି ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି। ସନୋଙ୍କ ପାଇଁ ଆଜି ଦେଶ ଗର୍ବିତ ବୋଲି କହିଛନ୍ତି କେଜ୍ରିଓ୍ବାଲ। ଏହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। ଆମ ଆଦମୀ ଦଳର ପୂର୍ବତନ ନେତା ତଥା କବି କୁମାର ବିଶ୍ବାସ ଅରବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି।
चुनाव भी क्या ज़ालिम चीज़ है, सेना के पराक्रम पर सवाल उठाकर पूरी दुनिया में भारत और भारत की सेना को कठघरे में खड़े करने वाले सेना को बधाई दे रहे हैं 😂😂👎 https://t.co/lVuqe0v4QH
— Dr Kumar Vishvas (@DrKumarVishwas) January 15, 2020
ସେ ତାତ୍ସଲ୍ୟ କରି କହିଛନ୍ତି ଯେ, ନିର୍ବାଚନ ବି ଏକ ସାଂଘାତିକ ଜିନିଷ, ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଇ ପୁରା ଭାରତ ଓ ଭାରତୀୟ ସେନାକୁ କାଠଗଡ଼ାରେ ଠିଆ କରିଥିବା ଲୋକ ସେନା ଦିବସରେ ଶୁଭେଚ୍ଛା ଜଣାଉଛି।
Comments are closed.