ଆଇସିସି ଆଓ୍ବାର୍ଡ ୨୦୧୯: ଭାରତୀୟ ଖେଳାଳିଙ୍କ ଦବଦବା, କେଉଁ ଖେଳାଳି କେଉଁ ଆଓ୍ବାର୍ଡ ପାଇଲେ ଜାଣନ୍ତୁ..

ନୂଆଦିଲ୍ଲୀ: ଦୁନିଆର କ୍ରିକେଟର ସବୁଠାରୁ ବଡ଼ ସଂସ୍ଥା ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ (ଆଇସିସି) ଆଜି ୨୦୧୯ ପାଇଁ ଆଇସିସି ଆଓ୍ୱାର୍ଡ ଘୋଷଣା କରିଛି। ଆଇସିସି ପକ୍ଷରୁ ଘୋଷିତ ହୋଇଥିବା ଆଓ୍ବାର୍ଡରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି।
Who remembers this gesture from Virat Kohli during #CWC19?
The Indian captain is the winner of the 2019 Spirit of Cricket Award 🙌 #ICCAwards pic.twitter.com/Z4rVSH8X7x
— ICC (@ICC) January 15, 2020
ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ୨୦୧୯ ବର୍ଷ ପାଇଁ ଆଇସିସି ତାଙ୍କୁ ସ୍ପିରିଟ୍ ଅଫ୍ ଦ ଇୟର ଆଓ୍ୱାର୍ଡ ଦେଇଛି। ସୂଚନାଥାଉକି, ବିଶ୍ୱକପରେ ଅଷ୍ଟ୍ରେଲିଆ ସହିତ ଭାରତ ମ୍ୟାଚ ଖେଳୁଥିଲା। ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ବାଉଣ୍ଡ୍ରି ପାଖରେ ସ୍ମିଥ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ବାଉଣ୍ଡ୍ରିଂ ପାଖରେ ଉପସ୍ଥିତ ଦର୍ଶକ କ୍ୟାପଟେନ ସ୍ମିଥଙ୍କୁ ଛିଗୁଲେଇ ଥିଲେ। ହେଲି କୋହଲି ତାଙ୍କ ମନବଳ ବଢ଼ାଇବାକୁ ଯାଇ ତାଳି ମାରିଥିଲେ। ଏମିତିକି ଦର୍ଶକଙ୍କୁ ମଧ୍ୟ ତାଳିମାରିବାକୁ କହିଥିଲେ।
5️⃣ #CWC19 centuries
7️⃣ ODI centuries in 2019Your 2019 ODI Cricketer of the Year is Rohit Sharma.#ICCAwards pic.twitter.com/JYAxBhJcNn
— ICC (@ICC) January 15, 2020
ସେହିପରି ୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ଦିନିକିଆ କ୍ରିକେଟ ଅଫ୍ ଦ ଇୟରରେ ସମ୍ମାନୀତ ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ ସଂଗ୍ରହ କରିଥିଲେ। ସେହିପରି ବାକି ୨୮ଟି ଦିନିକିଆରେ ସେ ୧୪୯୦ ରନ ସଂଗ୍ରହ କରିଥିଲେ।
Deepak Chahar's 6/7 against Bangladesh in November are the best figures in the history of men's T20I cricket.
That spell is the T20I Performance of the Year.#ICCAwards pic.twitter.com/QJoXY3OuyQ
— ICC (@ICC) January 15, 2020
ସେହିପରି ଟେଷ୍ଟ କ୍ରିକେଟ ଅଫ୍ ଦି ଇୟର ଆଓ୍ୱାର୍ଡ ଅଷ୍ଟ୍ରେଲିଆର ଉପ ଅଧିନାୟକ ପ୍ୟାଟ୍ କ୍ୟୁମିନସଙ୍କୁ ମିଳିଛି। ସେହିପରି ଆଇସିସି ପ୍ଲେୟାର ଅଫ୍ ଦି ଇୟର ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ ହେବେ ଇଂଲଣ୍ଡର ଅଲଲାଉଣ୍ଡର ବେନ୍ ଷ୍ଟୋକସ୍। ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଦୀପକ ଚହରଙ୍କୁ ଟ୍ବେଣ୍ଟି-୨୦ ଫର୍ମାଟ ଅଫ ଦି ଇୟର ଭାବେ ସମ୍ମାନିତ କରାଯାଇଛି। ସେ ଗତବର୍ଷ ନାଗପୁରରେ ବାଂଲାଦେଶ ବିପକ୍ଷରେ ହୋଇଥିବା ଟ୍ବେଣ୍ଟି-୨୦ରେ ୭ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହାସହିତ ଦୀପକ ଟ୍ବେଣ୍ଟି-୨୦ରେ ହାଟ୍ରିକ୍ ନେବାର ପ୍ରଥମ ବୋଲର। ବିରାଟ କୋହଲିଙ୍କୁ ଆଇସିସିର ଉଭୟ ଦିନିକିଆ ଓ ଟେଷ୍ଟ ଟିମ୍ର ଅଧିନାୟକ ଭାବେ ମନୋନୀତ କରାଯାଇଛି।
Comments are closed.