ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ଜିତିଲେ ବିରାଟ, କହିଲେ ମୁଁ ଚକିତ..

ନୂଆଦିଲ୍ଲୀ: ଦୁନିଆର କ୍ରିକେଟର ସବୁଠାରୁ ବଡ଼ ସଂସ୍ଥା ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ (ଆଇସିସି) ଆଜି ୨୦୧୯ ପାଇଁ ଆଇସିସି ଆଓ୍ୱାର୍ଡ ଘୋଷଣା କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ମିଳିଛି। ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ହୁଟିଂର ଶିକାର ହେବାରୁ ରୋକିବା କାରଣରୁ କୋହଲି ଏହି ପୁରସ୍କାର ଦିଆଯାଇଛି।
ଏହି ପଚରସ୍କାର ଘୋଷଣା ହେଲା ପରେ ବିରାଟ କୋହଲି କହିଛନ୍ତି ଯେ, ଏହି ପୁରସ୍କାର ମୋତେ ମିଳିବା ନେଇ ମୁଁ ଚକିତ, କାରଣ ମୋତେ ଏତେ ବର୍ଷ ଧରି ଭୁଲ୍ କାରଣରୁ ଲଗାତର ସମାଲୋଚନା କରାଯାଇ ଆସୁଛି। କୋହଲି ଆହୁରି କହିଛନ୍ତି କୌଣସି ବ୍ୟକ୍ତି ଯଦି କଠିନ ସମୟ ଗତି ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥାଏ, ତାହେଲେ ତାଙ୍କୁ ସମାଲୋଚନା ନୁହେଁ, ସମର୍ଥନର ଆବଶ୍ୟକ ରହିଛି। ଜଣେ ପ୍ରତିପକ୍ଷ ଖେଳାଳିଙ୍କୁ ସ୍ଲେଜିଂ କରିପାରନ୍ତି ଏବଂ ବିରୋଧୀ ଟିମକୁ ହରାଇବା ପାଇଁ ଅନେକ କଥା ମଧ୍ୟ କହିପାରନ୍ତି, କିନ୍ତୁ କୌଣସି ପ୍ରକାରର ହୁଟିଂ କରିବା ଆଦୌ ଠିକ୍ ନୁହେଁ।
ଏପରିକି ବିରାଟ କହିଥିଲେ ଯେ, ଲୋକଙ୍କୁ ଆବଶ୍ୟକତାଠାରୁ ଅଧିକ ସମାଲୋଚନାରୁ ଦୂରେଇ ରହିବା ଦରକାର। ସ୍ମିଥଙ୍କ ସେହି ଘଟଣାକୁ ମନେ ପକାଇ କୋହଲି କହିଛନ୍ତି, ତାଙ୍କ (ସ୍ମିଥ) ପରିସ୍ଥିତିକୁ ବୁଝି ମୁଁ ଏଭଳି କରିଥିଲି।
ସୂଚନାଥାଉକି, ବିଶ୍ୱକପରେ ଅଷ୍ଟ୍ରେଲିଆ ସହିତ ଭାରତ ମ୍ୟାଚ ଖେଳୁଥିଲା। ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ବାଉଣ୍ଡ୍ରି ପାଖରେ ସ୍ମିଥ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ବାଉଣ୍ଡ୍ରିଂ ପାଖରେ ଉପସ୍ଥିତ ଦର୍ଶକ କ୍ୟାପଟେନ ସ୍ମିଥଙ୍କୁ ଛିଗୁଲେଇ ଥିଲେ। ହେଲି କୋହଲି ତାଙ୍କ ମନବଳ ବଢ଼ାଇବାକୁ ଯାଇ ତାଳି ମାରିଥିଲେ। ଏମିତିକି ଦର୍ଶକଙ୍କୁ ମଧ୍ୟ ତାଳିମାରିବାକୁ କହିଥିଲେ।
Comments are closed.