Odisha Link
Bridging the Missing Links in Odisha

ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ: ଅମିତ ଶାହ

ପାଟନା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)ର ସମର୍ଥନରେ ଆଜି ବିହାରର ବୈଶାଳୀ ଅଞ୍ଚଳରେ ଆୟୋଜିତ ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହ ସମ୍ବୋଦ୍ଧିତ କରିଛନ୍ତି। ସିଏଏକୁ ନେଇ କହିବା ସହ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଅମିତ ଶାହ। ବିରୋଧୀଙ୍କୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି ଯେ, ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ ରହିଛି।

ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ ସହିତ ମିଶି ବିଜେପି ନିର୍ବାଚନ ଲଢ଼ିବ। ବିଜେପି ସଭାପତି ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

ଏଥିସହ ଶାହ କହିଛନ୍ତି, କିଛି ଲୋକ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି। କିଛି ଲୋକ ଚାହୁଁଛନ୍ତି ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଅଲଗା ଅଲଗା ନିର୍ବାଚନ ଲଢ଼ନ୍ତୁ। ହେଲେ ଏହା କେବଳ ଗୁଜବ ବୋଲି ଶାହ କହିଛନ୍ତି। ମେଣ୍ଟ ଅତୁଟ ରହିଛି। ନୀତୀଶଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଜବିହାରକୁ ଲାଲୁ ଯାଦବ ଲଣ୍ଠନରେ ରଖୁଥିଲେ। ନୀତୀଶ କୁମାର ଏଲଇଡ଼ିରେ ରଖିଛନ୍ତି। ମେଣ୍ଟ ଅତୁଟ ରହିଛି। ଆଗାମୀ ଦିନରେ ମଧ୍ୟ ନିର୍ବାଚନ ହେଲେ ଏହି ମେଣ୍ଟ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି।

Comments are closed.