Odisha Link
Bridging the Missing Links in Odisha

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ପୁରୀ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀଜିଉଙ୍କ ଦର୍ଶନ ପରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏଥିସହିତ ୫-ଟି ସଚିବ ଭି କାର୍ତ୍ତିକାୟନ୍‌ ପାଣ୍ଡିୟାନ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ବାଇଶି ପାହାଚରେ ହାତ ହଲାଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ନବୀନ। ୭୫ ମିଟର ଉଚ୍ଛେଦ ପରେ ନବୀନଙ୍କର ଏ ହେଉଛି ପ୍ରଥମ ଶ୍ରୀମନ୍ଦିର ଗସ୍ତ।

Comments are closed.