ମୁକେଶର ଦୟା ଆବେଦନକୁ ଖାରଜ କଲେ ଦିଲ୍ଲୀ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଦୟା ଆବେଦନକୁ ଆଜି ଦିଲ୍ଲୀର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନପାଇଁ ଗୃହ ମନ୍ତ୍ରାଳୟକୁ ଦୟା ଆବେଦନ ପଠାଇ ଦେଇଛନ୍ତି। ପ୍ରଥମେ ମୁକେଶର ଦୟା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ କରି ସେ ଦୟା ଆବେଦନକୁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ଙ୍କ ନିକଟକୁ ପଠାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବା ଅନୁମୋଦନକୁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଖାରିଜ କରିବା ସହ ସେ ଫାଇଲ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି।
ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଦିନଫାଶୀ ଦେଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର କହିବା ପରେ ମୃତ୍ୟୁ ପର୍ଓ୍ଵାନା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ମନା କରି ଦେଇଥିଲେ। ଏ ଘଟଣାର ଦିନକ ପରେ ଦିଲ୍ଲୀ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ମୁକେଶର ଦୟା ଆବେଦନକୁ ଖାରଜ କରିଛି। ଜାନୁଆରି ୨୨ ତାରିଖ ସକାଳ ୭ଟା ବେଳେ ୪ ଦୋଷୀଙ୍କୁ ମୃତ୍ୟୁ ପର୍ଓ୍ଵାନା ଜାରି ହୋଇଥିଲା।
Comments are closed.