ଲାଇନ କାଟିବାକୁ ଯାଇ ଅଟକ
ଭୁବନେଶ୍ୱର: ସେସୁ ପକ୍ଷରୁ ଲାଇନ କଟାଯିବା ଅଭିଯାନ ବେଳେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧାର ଗୁରୁଜଙ୍ଗରେ ଲାଇନ କାଯିବାକୁ ଯାଇଥିବା ୫ ଜଣିଆ ସ୍କ୍ୱାଡ ସହ ଗାଡ଼ିକୁ ଅଟକ ରଖାଯାଇଛି। ଜଣେ ପାନ ଦୋକାନୀର ବିଲ ୨୧ ହଜାର ଥିବାରୁ ସମ୍ପୃକ୍ତ ସ୍କ୍ୱାଡ ଲାଇନ କାଟିବାକୁ ଯାଇଥିଲେ। ତେବେ ଲାଇନ କାଟିବା ପରେ ପାନ ଦୋକାନୀ ସହ ସ୍ଥାନୀୟ ଲୋକେ ସ୍କ୍ୱାଡକୁ ଅଟକ ରଖିଥିବା ଜଣାଯାଇଛି।
ପ୍ରକାଶ ଯେ, ସେସୁ ଦେଇଥିବା କଣ୍ଟ ପୂରଣ ହେବା ପରେ ଆଜି ଠାରୁ ଆରମ୍ଭ ହୋଇଛି ବିଦୁ୍ୟତ କାଟ। ଖୋର୍ଦ୍ଧା ଅଞ୍ଚଳରୁ ସେସୁ ପକ୍ଷରୁ ଲାଇନ କାଟିବା ଆରମ୍ଭ କରାଯାଇଛି। ୫୩ଟି କମର୍ସିଆଲ ସଂସ୍ଥାରୁ ସେସୁ ପକ୍ଷରୁ ବିଦୁ୍ୟତ ବିଚ୍ଛିନ୍ନ କରାଯାଇଛି।
Comments are closed.