ପରଦାକୁ ଆସିବ ମିସାଇଲ ମ୍ୟାନ୍ଙ୍କ ବାୟୋପିକ୍

ମୁମ୍ବାଇ: ଏବେ ବଲିଉଡ୍ରେ ଚାଲିଛି ବାୟୋପିକ୍ର ଟ୍ରେଣ୍ଡ୍। ଅନ୍ୟ ଫିଲ୍ମ ଅପେକ୍ଷା ଦର୍ଶକ ବାୟୋପିକ୍କୁ ବେଶି ପସନ୍ଦ କରୁଛନ୍ତି।ଖାସ୍ କରି ରାଜନେତା, ସଂଗ୍ରାମୀ ଓ ଖେଳାଳିଙ୍କ ବାୟୋପିକ୍ ଗୁଡ଼ିକ ବକ୍ସ ଅଫିସ୍ରେ ହିଟ୍ ହେଉଛି। ମେରୀ କମ୍, ଏମ୍ଏସ୍ ଧୋନୀ, ସାଇନା ନେହ୍ୱାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନମୋହନ ସିଂହଙ୍କ ଉପରେ ଫିଲ୍ମ ତିଆରି ହୋଇଥିବା ବେଳେ ଏବେ ଭାରତ ରତ୍ନ ତଥା ମିଶାଇଲ୍ ମ୍ୟାନ୍, ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ୍ଙ୍କ ଉପରେ ଏକ ବାୟୋପିକ୍କୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡର ଜଣାଶୁଣା ଚରିତ୍ର ଅଭିନେତା ପରେଶ ରାୱଲ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କ ଭୂମିକାରେ ନଜର ଆସିବେ। ଏହି ବାୟାପିକ୍ରେ ପରେଶ ମହାନ ବୈଜ୍ଞାନିକ କଲାମଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଟ୍ୱିଟ୍ କରି କହିଛନ୍ତି।
ପରେଶ କଲାମଙ୍କ ଫଟୋ ସେୟାର କରି ଏଥିରେ ଉଲ୍ଲେଖ କରିଛନ୍ତି, “ମୋ ନଜରରେ ସେ ସନ୍ଥ କଲାମ ଥିଲେ। କଲାମ ସାହାବ୍ଙ୍କ ବାୟୋପିକ୍ରେ କଲାମ୍ଙ୍କ ଚରିତ୍ର ନିଭାଇବାକୁ ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଭାବ୍ୟବାନ ମନେ କରେ।” ପ୍ରକାଶ ଥାଉ ଯେ, ପରେଶ ରାୱଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ରେ ମୋଦୀଙ୍କ ଭୂମିକା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ରେ ବିବେକ ଓବେରୟଙ୍କୁ ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା।
Comments are closed.