ନିର୍ଭୟା ଦୁଷ୍ମର୍ମ ମାମଲା: ଖାରଜ ହେଲା ମୁକେଶର ରାଜକ୍ଷମା

ଦିଲ୍ଲୀ : ଦିଲ୍ଲୀ ଗଣଦୁଷ୍କର୍ମ ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବାଦେନ ଖାଜର ହୋଇଯାଇଛି । ମୁକେଶ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ କିନ୍ତୁ ଏହା ଖାରଜ ହୋଇଛି । ରାଜକ୍ଷମା ଆବେଦେନ ଖାରଜକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଚଳିତ ବର୍ଷ ଜାନୁଆରି ୨୨ ତାରିଖରେ ତାଙ୍କୁ ଫାଶୀ ଦିଆଯିବା ପାଇଁ ଘୋଷଣା କରାଯାଇଥିଲା । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲେ। ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀ ଅଦାଲତର ଜଣେ ବିଚାରପତି ଆଦେଶ ଦେଇଥିଲେ।
ମୁକେଶ ସିଂହଙ୍କ କ୍ଷମା ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କହିଛନ୍ତି ବୋଲି ଜାତୀୟସ୍ତର ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଛି। ଗତରାତିରେ ଅମିତ ଶାହାଙ୍କର ଏହି ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କଥା କୁହାଯାଉଛି।
Comments are closed.