ଇସ୍ରୋର ଶକ୍ତିଶାଳୀ ଉପଗ୍ରହ ‘ଜିସାଟ୍-୩୦’ର ଉତକ୍ଷେପଣ

ନୂଆଦିଲ୍ଲୀ: ଇସ୍ରୋ ଆଜି ଅତି ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିସାଟ୍-୩୦ ଉତକ୍ଷେପଣ କରିଛି ।ରା ତ୍ର ୨ଟା ୩୫ ମିନିଟରେ ଫ୍ରେଞ୍ଚ୍ ଗାଏନାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ‘ଜିସାଟ୍-୩୦’ କୁ ମହାକାଶକୁ ପଠାଯାଇଛି। ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳ କାଇରୋର ଆରିୟନ ପରିସରରୁ ଏରିଏନ୍-୫ ସ୍ପେସ ରକେଟ୍ ଦ୍ୱାରା ଏହାକୁ ପ୍ରେରଣ କରାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ପକ୍ଷରୁ କୁହାଯାଇଛି। ମାତ୍ର ୩୮ ମିନିଟ ୨୫ ସେକେଣ୍ଡ ପରେ ‘ଜିସାଟ୍-୩୦’ ଉପଗ୍ରହ ଏରିଏନ୍-୫ ସ୍ପେସ ରକେଟ୍ ଠାରୁ ସଫଳ ଭାବରେ ଅଲଗା ହୋଇଛି।
ଏହି ଉପଗ୍ରହ ଉଚ୍ଚମାନର ଟେଲିଭିଜନ୍, ଟେଲି ଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ।
‘ଜିସାଟ୍-୩୦’ର ଓଜନ ୩ ହଜାର ୩୫୭ କିଲୋଗ୍ରାମ୍ ଏବଂ ଏହା ଇନ୍ସାଟ୍/ଜିସାଟ୍ ଶ୍ରେଣୀର ଅତ୍ୟାଧୁନିକ ଉପଗ୍ରହ। ଏହା ଭାରତର ୨୪ତମ ଉପଗ୍ରହ। ୨୦୦୫ ମସିହାରେ ଉତକ୍ଷେପଣ କରାଯାଇଥିବା ଇନ୍ସାଟ୍-ଫୋର୍ ଏ’ ଉପଗ୍ରହର କାର୍ଯ୍ୟକାଳ ସରି ଆସୁଥିବାରୁ ତା’ ବଦଳରେ ଜିସାଟ୍-୩୦ କାର୍ଯ୍ୟ କରିବ। ଭାରତର ଭୌଗୋଳିକ ଅଞ୍ଚଳଗୁଡ଼ିକୁ ଏହି ଉପଗ୍ରହ କୁ-ବ୍ୟାଣ୍ଡ୍ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ସି-ବ୍ୟାଣ୍ଡ୍ କଭରେଜ୍ ଯୋଗାଇବ। ଏହାଛଡ଼ା ଅଧିକାଂଶ ଏସୀୟ ରାଷ୍ଟ୍ର ଏବଂ ଅଷ୍ଟ୍ରେଲିଆକୁ ମଧ୍ୟ ଏହା ସେବା ଯୋଗାଇବାକୁ ସକ୍ଷମ। ଏହାର ପରମାୟୁ ୧୫ ବର୍ଷ। ଏହି ଉପଗ୍ରହ ଉନ୍ନତ ଡି.ଟି.ଏଚ୍., ଟେଲିଭିଜନ୍ ଅପ୍ଲିଙ୍କ୍ ଓ ଭିସାଟ୍ ସେବା ଯୋଗାଇଦେବ ।
Comments are closed.