ନିର୍ଭୟା ମାମଲା : ଘୁଞ୍ଚିଲା ଫାଶି ତାରିଖ
ନୂଆଦିଲ୍ଲୀ: ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ। ଦୋଷୀଙ୍କ ଲାଗି ଧାର୍ଯ୍ୟ ହେଲା ସାନି ଫାଶି ତାରିଖ। ଫେବୃୟାରୀ ୧ ତାରଖ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ। ଆଜି ପୁନଃ ଡେଥ୍ ଓ୍ବାରେଣ୍ଟି ଜାରି କରିଛି ପଟିଆଲା ହାଉସ୍। ଆଜି ଦୋଷୀ ମୁକେଶର ରାଜକ୍ଷମା ଖାରଜ ହେବା ପରେ ପୁନଃ ଡେଥ୍ ଓ୍ବାରେଣ୍ଟି ଜାରି କରିଛି ପଟିଆଲା ହାଉସ୍। ପୂର୍ବରୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ ଜଣ ଦୋଷୀଙ୍କୁ ଫାଶି ଦେବେ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।
ଗତକାଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ ଏବଂ ତିହାର ଜେଲ୍ ପ୍ରଶାସନକୁ ଶୁକ୍ରବାର ସୁଦ୍ଧା ଫାଶୀ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ। କୋର୍ଟଙ୍କ ରାୟ ପରେ ତିହାର ଜେଲ୍ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଫାଶୀ ପାଇଁ ନୂଆ ତାରିଖ ମାଗିଥିଲେ। ଯାହା ଆଜି ସ୍ଥିରୀକୃତ ହୋଇଛି।
Comments are closed.