ରାଜକୋଟ ଦିନିକିଆ: ଭାରତ ପାଇଁ କର ବା ମର ସ୍ଥିତି

ରାଜକୋଟ: ଆଜି ରାଜକୋଟରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଦ୍ବିତୀୟ ଦିନିକିଆ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ଭାବେ ଉଭା ହେଇଛି। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି। ଭାରତକୁ ସିରିଜରେ ରହିବାକୁ ହେଲେ ଏହି ମ୍ୟାଚକୁ ଜିତିବାକୁ ହେବ, ନହେଲେ ଭାରତ ସିରିଜ ପରାଜୟ ହେବ।
ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିବ। ମ୍ୟାଚ ଜିତିବାକୁ ହେଲେ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କୁ ଏକ ବଡ଼ ଇଂନିସ ଖେଳିବାକୁ ହେବ। ସେହିପରି ବିରାଟ କୋହଲିଙ୍କୁ ମଧ୍ୟ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ଏହି ଦିନିକିଆ ମ୍ୟାଚରେ ରିଷଭ ପନ୍ତ ବିଶ୍ରାମ ନେଇପାରନ୍ତି।
ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତକୁ ପରାଜୟ କରିଥିଲା। ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟରେ ଜିତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ରେ ଅଲଆଉଟ ହୋଇଯାଇଥିଲା। ପରେ ଅଷ୍ଟ୍ରେଲିଆ ଏହି ୨୫୬ ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିଥିଲା।
Comments are closed.