ଟିକ୍ଟକ୍ ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ଇନ୍ଦୋର: ଏଣିକି ଟିକ୍ଟକ୍ ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟିକଟକ ପ୍ରତି ଥିବା ଆଗ୍ରହକୁ ଦେଖି ମନୋରଞ୍ଜନ ବ୍ୟତୀତ ଟିକ୍ଟକ୍ ଜରିଆରେ ଶିକ୍ଷାଦାନ ପାଇଁ ପ୍ରୟାସ ଆରମ୍ଭ କରିଛିନ୍ତି ଆଇଆଇଏମ ଆଇଆଇଏମ ଇନ୍ଦୋର କର୍ତ୍ତୃପକ୍ଷ। ଏନେଇ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ) ଇନ୍ଦୋର ପକ୍ଷରୁ ଟିକଟକ ସହ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର କରାଯାଇଛି। ଏହି ବୁଝାମଣାପତ୍ର ମୁତାବକ ମ୍ୟାନେଜମେଣ୍ଟର କ୍ଷୁଦ୍ର ଟିକ୍ଟକ୍ ଭିଡିଓ କରି ଏହାକୁ ଛାତ୍ରଛାତ୍ରୀଙ୍କୁ ଦେଖାଯିବ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ କଠିନ ପାଠକୁ ସହଜରେ ବୁଝିବା ସହ ମନେରଖିପାରିବେ।
ଆଇଆଇଏମ ଇନ୍ଦୋରର ନିର୍ଦ୍ଦେଶକ ହିମାଂଶୁ ରାୟ କହିଛନ୍ତି ଯେ ଟିକ୍ଟକ୍ ସହ ଏମଓୟୁ ସ୍ଵାକ୍ଷର କରାଯାଇଛି। ଏହା ଦ୍ୱାରା ଟିକ୍ଟକ୍ ସହ ମିଶି ସଂଚାର, ରଣନୀତି ଓ ମାର୍କେଟିଙ୍ଗ ସମ୍ବଳିତ ଭିଡିଓ ପ୍ରସ୍ତୁତ କରାଯିବ। ଏହି ଭିଡିଓ ସବୁକୁ ଆଇଆଇଏମ ଇନ୍ଦୋରରେ ଥିବା ବିଭିନ୍ନ ପାଠ୍ୟକ୍ରମ ପାଇଁ ବ୍ୟବହାର କରାଯିବ। ଆଇଆଇଏମ ଇନ୍ଦୋରରେ ସରକାରୀ ଅଧିକାରୀ, ବ୍ୟବସାୟୀ ଓ ଶିଳ୍ପଦ୍ୟୋଗୀଙ୍କ ପାଇଁ ତାଲିମର ବ୍ୟବସ୍ଥା ଥିବାବେଳେ ଏହି ସବୁ ଭିଡିଓ ସେମାନଙ୍କ ପାଇଁ ସହାୟକ ହେବ। ନିର୍ଦ୍ଦେଶକ ହିମାଂଶୁ ରାୟ କହିଛନ୍ତି ଯେ, ଆଜିକାଲି ଛାତ୍ରଛାତ୍ରୀ ଟିକ୍ଟକ୍ ଭିଡିଓ କରିବାରେ ବ୍ୟସ୍ତ ରହୁଥିବାବେଳେ ସେହି ଭିଡିଓ ମାଧ୍ୟମରେ ଯେଭଳି ପାଠପଢିପାରିବେ ସେଥିପାଇଁ ଏଭଳି ପଦ୍ଧତିକୁ ଆପଣାଯାଇଛି।
Bridging #India with #Bharat! Pleased to sign #MoU with @TikTok_IN, ushering in a new era on the #Future of #Work, #Jobs and #Skills for better #economy!#BreakingNews #News #TikTok #IIMI #TikTokForGood #BeGood #DoGood pic.twitter.com/ErIpntPsyM
— IIM Indore (@IIM_I) January 16, 2020
Comments are closed.