ପ୍ଲାଷ୍ଟିକ ବ୍ୟବହାର ବର୍ଜନ ପାଇଁ ସଚେତନ ପଦଯାତ୍ରା
![](https://www.odishalink.com/wp-content/uploads/2020/01/fffff-11.jpg)
ଭୁବନେଶ୍ବର: ନବୋଦୟ ଆଲୁମିନି ଆଶୋଶିଏସନ ଅଫ ଓଡ଼ିଶା (ନାଓ ) ଦ୍ୱାରା ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର ବର୍ଜନ ସଚେତନ ପାଇଁ ଏକ ପଦଯାତ୍ରାର ଆୟୋଜନ ହୋଇଛି। ଆଜି ସକାଳ ୮ଟା ରୁ ଭୁବନେଶ୍ବରର ସହିଦ ନଗର ଦୁର୍ଗାମଣ୍ଡପ ଠାରୁ ଏକ ରାଲି ବାହାରିଥିଲା। ଏହି ରାଲିରେ ପ୍ରାୟ 200 ରୁ ଉର୍ଦ୍ଧଜଣ ଯୋଗ ଦେଇଥିଲେ। ଯେଉଁଥିରେ ଥିଲେ ଅନେକ ନବୋଦୟ ଆଲୁମିନି ତଥା ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ସାଧାରଣ ଜନତା।
ଜନସମୂହ ରାମ ମନ୍ଦିର ମାଷ୍ଟର କ୍ୟାଣ୍ଟିନ ରାସ୍ତା ଦେଇ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଲୱେlର ପିମ୍ଜି ଠାରେ ଅନ୍ତିମ ସ୍ଥାନରେ ପହଞ୍ଚି ଥିଲା। ସେଠାରେ ଏକ ସଭା ତଥା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଓ ମୁଖ୍ୟ ଆକର୍ଷଣ ଥିଲା ଉତ୍କଳ ୟୁନିକର୍ନ ଗ୍ରୁପର ସ୍କଟିଙ୍ଗ ଶୋ। ସଭାରେ ମୁଖ୍ୟ ଅତିଥି ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟ ନିରାପତା ଅଧିକାରୀ, ପୂର୍ଵ ତଟ ରେଳ ତଥା ସମ୍ମାନିତ ଅତିଥି ଶ୍ରୀ ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ଓ ମିସ ଲିଙ୍କନ ସୁବୁଦ୍ଧି, ବିଶିଷ୍ଟ ସମାଜ ସେବି ଯୋଗ ଦେଇ ସଭାକୁ ସମ୍ବୋଧନ କଲେ।
ସେମାନେ ଲୋକଙ୍କୁ ଦଶଟି ପ୍ଲାଷ୍ଟିକ ବ୍ୟାଗ ବଦଳରେ ଗୋଟିଏ ଝୋଟ ବ୍ୟାଗ ଦେଇ ଆକର୍ଷିତ କରିବା ସହ ଏକ ନିଆରା ଢଙ୍ଗରେ ସଚେତନତାର ପ୍ରୟାସ କରିଥିଲେ। ନାଓ ସଭାପତି ଡ଼କ୍ଟର ପ୍ରଦ୍ୟୁତ ପ୍ରଧାନଙ୍କ ଅଧ୍ୟକ୍ଷତା ସହ କର୍ମି ଦଳ ସଦସ୍ୟ ଜ୍ଞାନ ମଲ୍ଲିକ, ରିମ୍ପଲ ପଟେଲ, ଆଶାଭାନୁ ସ୍ୱାଇଁ, ନୀଳାଚଳ ମହାପାତ୍ର, ବିକାଶ ଦିଗଲ, ଗୁଲସନ ବାଗ, ପୂନ୍ୟତୋଷ ମୁଣ୍ଡ, ତପନ ପଟ୍ଟନାୟକ, ଶାନ୍ତନୁ ଶିଅ, ରାଜ କିଶୋର, ସମ୍ପଦ, ରାଜ କୁମାର, ଶାନ୍ତନୁ ସାହୁ, ବେଦ ପ୍ରକାଶ, ସୀତାରାମ, ଓମ ପ୍ରକାଶ, ରଶ୍ମିତା ଜେନା, ଓ ସୋମିଓ ଆଦି ଆୟୋଜନର କାର୍ଯ୍ୟଭାର ତୁଲେଇଥିଲେ। ସମସ୍ତ ଅତିଥି ତଥା ନାଓ ସଂସ୍ଥା ସମସ୍ତଙ୍କୁ ପ୍ଲାଷ୍ଟିକ ବର୍ଜନ ପାଇଁ ଦୃଢ ମନସ୍ତ ହୋଇ ସଂକଳ୍ପ ନେବା ପାଇଁ ଅନୁରୋଧ କରିଥିଲେ। ନାଓ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ବଳିୟାରସିଂ ଧନ୍ୟବାଦ ଅର୍ପଣ କରି ସଭା ସମାପନ ଘୋଷଣା କରିଥିଲେ।
Comments are closed.