ପୁଣି ସାଇକେଲରେ ବୁହା ହେଲା ଶବ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୁଡା ଗାଁରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। କୁଷ୍ଠ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସାଇକେଲରେ ବୁହା ହୋଇଛି। ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ କେହି ନଆସିବାରୁ ଶେଷରେ ସାଇକେଲରେ ବୁହା ହେଲା ଶବ।
ମିଳିଥିବା ସୂଚନା ଅନୁସାରେ, ବେହେରା ଗୁଡା ଗାଁର ସୁବାସ ଦର୍ବାନ ଦୀର୍ଘ ୪ ବର୍ଷ ହେଲା ମଧୁମେହ ରୋଗରେ ପଡିଥିଲେ। ପରେ ସେ କୁଷ୍ଠ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ତେବେ ଶୁକ୍ରବାର ରାତିରେ ସୁବାସଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କୁ ଲୋକେ ଘୃଣା କରିବା ସହ ଶବଦାହ ପାଇଁ କେହି ହେଲେ ସମ୍ପର୍କୀୟ ଓ ବନ୍ଧୁ, ବାନ୍ଧବ ଆସିଲେନାହିଁ। ଶେଷରେ ସୁବାସଙ୍କ ଭାଇ ଓ କକା ସାଇକେଲରେ ଶବକୁ ବୋହି ଆଣି ଶବ ସତ୍କାର କରିଥିଲେ। ଯାହାର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଆଧୁନିକ ଯୁଗରେ ଆଉ କେତେଦିନ ଆମେ ଏପରି ଅନ୍ଧ ବିଶ୍ବାସର ଅନ୍ଧ ଗଳି ବଞ୍ଚିରହୁଥିବା।
Comments are closed.