ଭୋଟର ହେଲପ୍ ଲାଇନ୍ ଓ ସି-ଭିଜିଲ୍ ଆପ୍ ପାଇଁ ଭାରତ ନିର୍ବାଚନ କମିଶନକୁ ପୁରସ୍କାର
![](https://www.odishalink.com/wp-content/uploads/2020/01/IMG-20200117-WA0041.jpg)
ଭୁବନେଶ୍ବର: ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲପ୍ ଲାଇନ୍’ ଏବଂସି-ଭିଜିଲ୍ ଆପ୍ର ସଠିକ୍ ଉପଯୋଗ କରି ଭାରତ ନିର୍ବାଚନ କମିଶନ ଇ-ଗଭର୍ଣ୍ଣାନାନ୍ସ କ୍ଷେତ୍ରରେ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ୨୦୧୯ ମସିହା ପାଇଁ ‘ଆଓ୍ୱାର୍ଡ ଅଫ୍ ଏକ୍ସିଲେନ୍ସି’ ପୁରସ୍କାର ଲାଭ କରିଛନ୍ତି।
କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ଭୁବନେଶ୍ୱରର କିଟ୍ ପରିସରରେ ପ୍ରଦାନ କରାଯାଇଥିବା ପୁରସ୍କାରକୁ ଭାରତ ନିର୍ବାଚନ କମିଶନଙ୍କ ତରଫରୁ ଆଇ.ସି.ଟି ଓ ସି.ଆଇ.ଏସ.ଓର ନିର୍ଦ୍ଦେଶକ ଡ. କୁଶଲ ପାଠକ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଗ୍ରହଣ କରିଥିଲେ। ସି-ଭିଜିଲ୍ ଆ ପ୍ ନିର୍ବାଚନ ସମୟରେ ଆଦର୍ଶ ଆଚରଣବିଧିର ଉଲଂଘନ, ଲାଞ୍ଚ କାରବାର, ମାଗଣା ଦାନ, ମଦ ବଣ୍ଟନ, ନିର୍ଦ୍ଧାରିତ ସମୟସୀମା ବାହାରେ ଡାକବାଜି ଯନ୍ତ୍ର ବଜାଇବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ମୋବାଇଲ୍ରେ ଫଟୋନେବା କାର୍ଯ୍ୟରେ ସାହାଯ୍ୟ କରିଥାଏ।
ଜଣେ ନାଗରିକ ଏହି ଆପ୍ ମାଧ୍ୟମରେ ନିର୍ବାଚନ ସମୟରେ କୌଣସି ଅନୈତିକ କାର୍ଯ୍ୟର ଫଟୋ ବା ଭିଡିଓ କଣ୍ଟ୍ରୋଲ୍ ରୁମ୍କୁ ପଠାଇବାର ୧୦୦ ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ସମୁଦାୟ ୧,୭୧,୭୪୫ ଗୋଟି କେସ୍ ସି-ଭିଜିଲ୍ ଆପ୍ ଜରିଆରେ ଗ୍ରହଣ କରାଯାଇଥିବାବେଳେ ୧,୨୭,୫୬୭(୭୪%) ଗୋଟି କେସ୍ ସଠିକ୍ ଥିବା ଜଣାଯାଇଛି।
ସେହିପରି ଭୋଟର ହେଲ ପ୍ ଲାଇନ୍ ଆ ପ୍ ଜରିଆରେ ସମୁଦାୟ ୨.୧୬ କୋଟି ନାଗରିକ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନ୍ଲୋଡ୍ କରି ବ୍ୟବହାର କରିଥିବା ଜଣା ପଡ଼ିଛି। ଏହି ଆପ୍ ଜରିଆରେ ଭୋଟର ତାଲିକାରେ ଜଣେ ଭୋଟରଙ୍କ ନାମ ତନଖି, ପଞ୍ଜୀକରଣ, ସ୍ଥାନାନ୍ତରଣ, ସଂଶୋଧନଆଦି କାର୍ଯ୍ୟ କରାଯାଇ ପାରିବ। ‘ଭୋଟର ହେଲ ପ୍ ଲାଇନ୍’ ଏବଂ ସି-ଭିଜିଲ୍ ଆ ପ୍ ଗୁଗୁଲୁ ପ୍ଲେଷ୍ଟୋରରେ ଉପଲବ୍ଧ ହେଉଛି ।
Comments are closed.