ହେଲମେଟ୍ ସଚେତନତା ପାଇଁ ଫାଣ୍ଡି ଅଧିକାରୀଙ୍କ ଏକକ ଅଭିନୟ, ଦେଖନ୍ତୁ ଭିଡିଓ
ରାଜସୁନାଖଳା: ପୋଲିସ୍ ବାବୁ ହେବ ତ ଏମିତି। ଯିଏ ନିଜର ନିଆରା ଶୈଳୀ ପାଇଁ ଏବେ ଚର୍ଚ୍ଚାରେ। ନିଜର ଏକକ ଅଭିନୟର ଯାଦୁ ମାଧ୍ୟମରେ ଜନସାଧାରଣଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନାତ କରୁଛନ୍ତି ପୋଲିସ୍ ବାବୁ। ଏଭଳି ଖବର ଆସିଛି ନୟାଗଡ଼ ଜିଲ୍ଲା ରାଜସୁନାଖେଳା ଅଞ୍ଚଳରୁ।
ଗତକାଲି ସାରା ରାଜ୍ୟରେ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଅଛି। ସେହିଭଳି ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଥିଲା। ଏହି ଅବସରରେ ଏକକ ଅଭିନୟ ମାଧ୍ୟମରେ ହେଲେମେଟ ପିନ୍ଧିବା କେତେ ଗୁରୁତ୍ବ ତାହା ଉପରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଶ୍ରୀନିବାସ ସାମଲ। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଭଳି ନିଆରା ପଦକ୍ଷେପ ପାଇଁ ବୁଦ୍ଧିଜିବୀ ମହଲରୁ ଶ୍ରୀ ସାମଲଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।
ସୂଚନାଥାଉକି, ଦେଶରେ ୨୦୧୮-୧୯ ରେ ୪ଲକ୍ଷ ୬୭ ହଜାର ସଡକ ଦୁର୍ଘଟଣା ଘଟୁଥିବା ବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣହାନୀ ଘଟିଛି। ଓଡ଼ିଶାରେ ୨୦୧୮-୧୯ରେ ୧୧,୫୦୦ ଦୃର୍ଘଟଣା ଘଟିଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୧୯ରେ ୮,୩୦୦ ଦୁର୍ଘଟଣା ଘଟିଥିବା ବେଳେ ୪ହଜାରରୁ ଊର୍ଦ୍ଧ୍ୱ ପ୍ରାଣହାନୀ ଘଟିଛି । ୮୦ପ୍ରତିଶତ ଦୁର୍ଘଟଣା କେବଳ ମଦ୍ୟପାନ ଯୋଗୁ ହେଉଛି। ବାଇକଆରୋହୀ ହେଲମେଟ ପିନ୍ଧନ୍ତୁ, କାର ସିଟ ବେଲ୍ଟ ବାନ୍ଧନ୍ତୁ। ଟ୍ରାଫିକ ନିୟମ ପାଳନ କରିବା ପାଇଁ ସଚେତନତା କରିବା ହେଉଛି ସଡ଼କ ସୁରକ୍ଷା ସପ୍ତାହର ଉଦ୍ୟେଶ।
Comments are closed.