ନରେନ୍ଦ୍ର ମୋଦିଙ୍କ ଭଲ ଗୁଣ ହେଉଛି ସେ ରାହୁଲ ଗାନ୍ଧୀ ନୁହନ୍ତି: ରାମଚନ୍ଦ୍ର ଗୁହା
କେରଳ: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ପାଞ୍ଚ ପିଢିର ବଂଶଜ ରାହାୁଲ ଗାନ୍ଧିଙ୍କ ପାଇଁ କୌଣସି ବି ମୌକା ନାହିଁ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚକ ବିଶିଷ୍ଟ ଇତିହାସକାର ରାମଚନ୍ଦ୍ର ଗୁହା। ଶୁକ୍ରବାର କେରଳ ସାହିତ୍ୟ ଉତ୍ସବର ୨ୟ ଦିନର ‘ଦେଶଭକ୍ତି ବନାମ ଅନ୍ଧ ରାଷ୍ଟ୍ରବାଦ’ ବିଷୟ ଆଲୋଚନା ଚକ୍ର ବେଳେ ଏଭଳି କହିଛନ୍ତି ଶ୍ରୀ ଗୁଡ଼ା।
୬୧ ବର୍ଷୀୟ ଗୁହା କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାହିଁ। ରାହୁଲ ଜଣେ ଭଲ ମଣିଷ। ହେଲେ ଦେଶର ଯୁବ ସମାଜ ଗାନ୍ଧୀ ପରିବାରକୁ ଚାହୁଁ ନାହାନ୍ତି। ଯଦି ଆପଣମାନେ ୨୦୨୪ରେ ରାହୁଲଙ୍କୁ ୨ୟ ଥର ବିଜୟୀ କରାଉଛନ୍ତି ତେବେ ଲାଭ ନରେନ୍ଦ୍ର ମୋଦିଙ୍କର ହେବ ବୋଲି କହିଛନ୍ତି ଶ୍ରୀ ଗୁହା। ସୂଚନାଥାଉକି, ରାହୁଲ ଗାନ୍ଧୀ ବର୍ତ୍ତମାନ କରେଳର ଓ୍ବାନନ୍ଦ ଲୋକସଭା ସାଂସଦ ଅଛନ୍ତି।
ଏଥିସହିତ ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦି ୧୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଭାର ନେଇଛନ୍ତି। ଯାହାଫଳରେ ତାଙ୍କୁ ପ୍ରଶାସନିକ ବ୍ୟବସ୍ଥାର ଅନୁଭବ ଅଛି ଏବଂ ସେ ଜଣେ ପରିଶ୍ରମୀ ବ୍ୟକ୍ତି । ମୁଁ ଏସବୁ ଗମ୍ଭୀରତାର ସହ କହୁଛି ବୋଲି କହିଛନ୍ତି ଶ୍ରୀ ଗୁହା।
ଆହୁରି କହିଛନ୍ତି ଯେ, ଯଦି ଆପଣମାନେ ୨୦୨୪ରେ ରାହୁଲଙ୍କୁ ୨ୟ ଥର ବିଜୟୀ କରାଉଛନ୍ତି ତେବେ ଲାଭ ନରେନ୍ଦ୍ର ମୋଦିଙ୍କର ହେବ। କାରଣ ନରେନ୍ଦ୍ର ମୋଦିଙ୍କ ଭଲ ଗୁଣ ହେଉଛି ସେ ରାହୁଲ ଗାନ୍ଧୀ ନୁହନ୍ତି ବୋଲି କହିଛନ୍ତି ରାମଚନ୍ଦ୍ର ଗୁହା।
Comments are closed.