Odisha Link
Bridging the Missing Links in Odisha

ଇନ୍ଦିରାଙ୍କ ଉପରେ ଉତ୍‌କ୍ଷିପ୍ତ ହେଲେ ନିର୍ଭୟା ମା

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ନିର୍ଭୟା ମା ଙ୍କୁ ପରାମର୍ଶ ଦେଇଥିଲେ। ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଇନ୍ଦିରା ଜୟସିଂହଙ୍କ ଉତ୍‌କ୍ଷିପ୍ତ ହେବା ସହ ଜବାବରେ କହିଛନ୍ତି ପରାମର୍ଶ ଦେବାକୁ ଇନ୍ଦିକା କିଏ? ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛି। ଏଭଳି କିଛି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି। ଭଗବାନ କହିଲେ ମଧ୍ୟ ମୁଁ କ୍ଷମା ଦେବିନି ବୋଲି ନିର୍ଭୟାଙ୍କ ମା’ କହିଛନ୍ତି। ଏଥିସହ ସେ କହିଛନ୍ତି ମୁଁ ବିଶ୍ୱାସ କରି ପାରୁନି ଏ ଭଳି ପ୍ରସ୍ତାବ ଦେବାକୁ ଇନ୍ଦିରା ଜୟସିଂହ କେମିତି ସାହସ ଜୁଟାଇଲେ। ବିଗତ ବର୍ଷମାନଙ୍କୁ ମୁଁ ତାଙ୍କୁ ଅନେକ ଥର ସୁପ୍ରିମ୍‌ କୋର୍ଟରେ ଭେଟିଛି। ଦିନେ ହେଲେ ସେ ମୋ ଭଲମନ୍ଦ ପଚାରି ନାହାନ୍ତି। ଆଉ ଆଜି ସେ ଦୋଷୀମାନଙ୍କୁ ପାଇଁ କହୁଛନ୍ତି। ଦୁଷ୍କର୍ମକାରୀମାନଙ୍କୁ ସହାୟତା କରି ତାଙ୍କଭଳି ଲୋକମାନେ ଜୀବିକାନିର୍ବାହ କରୁଛନ୍ତି।

ଗତକାଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦାହରଣ ଦେବାକୁ ଯାଇ କହିଥିଲେ, ‘ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧି କ୍ଷମା ଦେଇଛନ୍ତି। ଏହି ଭାବରେ ନିର୍ଭୟାଙ୍କ ମା’ ମଧ୍ୟ କ୍ଷମା ଦେବା ଦରକାର’। ଏଥିସହ ଜାନୁଆରି ୨୨ ତାରିଖ ପରିବର୍ତ୍ତେ ଫେବୃଆରୀ ୧ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବା କଥା ଦିଲ୍ଲୀ ଅଦାଲତ ସ୍ଥିର କରିବା ପରେ, ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା କଥା ଆଶା ଦେବୀ କହିଥିଲେ।

Comments are closed.