ଶିକ୍ଷାବିତ ଡ. ସତ୍ୟାନନ୍ଦ ପଣ୍ଡାଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ
![](https://www.odishalink.com/wp-content/uploads/2020/01/WhatsApp-Image-2020-01-18-at-8.47.15-PM.jpeg)
ଝିମାାଣୀ: ଜଗତସିଂହପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସଙ୍ଗଠକ ଓ ସମାଜସେବୀ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପୈତୃକ ଗ୍ରାମ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତର ଝିମାଣୀରେ ତାଙ୍କ ପ୍ରତିଷ୍ଠିତ ଜନତା ନୋଡାଲ ହାଇସ୍କୁଲରେ ଆୟୋଜିତ ଏକ ଉତ୍ସବରେ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି।
ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମାୟାଧର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟର ବର୍ତ୍ତମାନ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ଦାସ, ଡ. ପଣ୍ଡାଙ୍କ ସହଯୋଗରେ ପ୍ରତିଷ୍ଠିତ ଝିମାଣୀସ୍ଥ ନାରାୟଣ ବୀରବର ସାମନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ବନପ୍ରଭା ପରିଡ଼ା, ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶୁଭ୍ରାଂଶୁ ପଣ୍ଡା , ଅନ୍ୟତମ ଟ୍ରଷ୍ଟି ପ୍ରକାଶ ପଣ୍ଡାଙ୍କ ସମେତ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ତଥା ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଡ.ପଣ୍ଡାଙ୍କ ସ୍ମୃତି ଚାରଣ ସହ ଜନତା ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ରେଭେନସା ଜୁନିଅର କଳେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିବା କୃତୀ ଛାତ୍ରୀ ନିରୂପମା ସାମଲ, କଟକର ଜେକେବିକେ କଲେଜରେ ପଢ଼ିଥିବା କୃତୀ ଛାତ୍ର ସୁବ୍ରତ ଲେଙ୍କା, ନାରାୟଣ ବୀରବର ସାମନ୍ତ ମହାବିଦ୍ୟାଳୟର ଯୁକ୍ତ ୨ କଳା ପଢ଼ୁଥିବା କୃତୀ ଛାତ୍ରୀ ଅନ୍ନପୂର୍ଣ୍ଣା ରାଉତ, ଯୁକ୍ତ ୨ ବାଣିଜ୍ୟ ପଢ଼ୁଥିବା କୃତୀ ଛାତ୍ରୀ ନିଳିମା ପ୍ରିୟଦର୍ଶନୀ ସ୍ବାଇଁଙ୍କୁ ଅତିଥିମାନେ ସମ୍ମାନିତ କରିବା ସହ ଡ. ସତ୍ୟାନନ୍ଦ ପଣ୍ଡା ସ୍ମାରକୀ ମେଧାବୃତ୍ତି ବାବଦରେ ଚେକ୍ ପ୍ରଦାନ କରିଥିଲେ।
କୈବର୍ତ୍ତ ସମାଜ ଜୀବନଯାତ୍ରା ଉପରେ ରାଜ୍ୟରେ ପ୍ରଥମ ଥର ପାଇଁ ନୃତତ୍ତ୍ବ ବିଭାଗରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି କରି ଅଧ୍ୟାପନା ଛାଡ଼ି ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା, ଗବେଷଣା ଓ ସମାଜସେବା ଆଦି କାର୍ଯ୍ୟରେ ବ୍ରତୀ ଥିବା ଡ. ସତ୍ୟାନନ୍ଦ ପଣ୍ଡା ୨୦୧୮ ଜାନୁଆରୀ ୫ରେ ହୃଦଘାତରେ ଶିକାର ପ୍ରାଣତ୍ୟାଗ କରିଥିଲେ।
Comments are closed.