କଟକରେ ରେଲଓ୍ବେ ସେଫ୍ଟି କମିଶନରଙ୍କ ୪ଜଣିଆ ଟିମ୍
କଟକ: ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ– ଭୁବନେଶ୍ହର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ତଦନ୍ତ ପାଇଁ କଟକ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନରଙ୍କ ୪ ଜଣିଆ ଟିମ୍। ରେଲଓ୍ବେ ସେଫ୍ଟି କମିଶନର ଏ. କେ. ରାୟଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଘଟଣାର ତଦନ୍ତ କରିବେ। କେଉଁ କାରଣରୁ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହାର ତଦନ୍ତ କରିବେ। ଏହି ଘଟଣାରେ ପୂର୍ବରୁ ୪ ଜଣ ରେଳ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ସସ୍ପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ନିର୍ଗୁଣ୍ଡି ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର, ମାଲଗାର୍ଡ, ଲୋକମାନ୍ୟ ତିଳକ ଏକ୍ସପ୍ରେସର ଡ୍ରାଇଭର, ସହକାରୀ ଡ୍ରାଇଭର।
Comments are closed.