ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ: ସୁର
ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍ସରକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ। ଶ୍ରୀ ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନ୍ସର ଆଣିବା ଠିକ୍ ହୋଇ ନାହିଁ। ରାଜନୀତିରେ ଏମିତି କରିବା ଉଚିତ୍ ନୁହେଁ। ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ। ଆମକୁ କଣ ବାଉନ୍ସର ବଳିଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଛାତିକୁ ଧରି ବେକକୁ ଚିପି ଦେବୁ ଯେ ଝାଡ଼ା ବାହାରି ପଡ଼ିବ। ଆମେ ଡାକିଲେ ୫ ହଜାର ଲୋକ ଆସିବେ। ଏଠି ବାଉନ୍ସର କଣ କରିବେ।
ପ୍ରକାଶ ଯେ, କଂଗ୍ରେସ ଭବନ ଆଗରେ ହାଇ ଭୋଲଟେଜର ଡ୍ରାମା । ସାଧାରଣ ନିର୍ବାଚନ ପରବତ୍ତୀ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ଦେଖାଦେଇଛି ଉତ୍ତେଜନା । କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତୀଶ୍ ପ୍ରଧାନ ଧାରଣାରେ ବସିଛନ୍ତି । ଏହା ପରେ ବାଉନ୍ସର ଆସିଥିଲେ।
Comments are closed.