ମାଟିତଳୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ମାଟିତଳୁ ମିଳିଲା ମହିଳାଙ୍କ ମୃତଦେହ। ଆମ୍ବରେଇ ଜଙ୍ଗଲରେ ଏକ ସନ୍ଦିଗ୍ଧ ସ୍ଥାନରୁ ମାଟି ଖୋଳି ବାହାର କରାଗଲା ମହିଳାଙ୍କ ମୃତଦେହ। ମାଜିଷ୍ଟ୍ରେଟ୍ ଓ ଫୋରେନ୍ସିକ୍ ଟିମ୍ ଉପସ୍ଥିତିରେ ମାଠିତଳୁ ବାହାଲପଡାର ଜଣେ ବିବାହିତ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ୧୦ ଦିନ ହେବ ନିଖୋଜ ଥିଲେ। ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସର ତନନ୍ତ ଆରମ୍ଭ କରିଛି। ମହିଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀକୁ ସନ୍ଦେହ କରିବା ସହ ଗିରଫ କରି ଘଟଣାର ତନାଘନା ଜାରି ରଖିଛି।
Comments are closed.