ପୁଲଓ୍ବାମାରେ ଗୁଳିକାଣ୍ଡ ୩ ଆତଙ୍କୀ ମୃତ

ଜାମ୍ମୁ-କାଶ୍ମୀର: ଆଜି ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି ସକାଳୁ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଟିମ୍ ୱାଚିରେ ଆତଙ୍କବାଦୀ ଥିବା ନେଇ ଖବର ପାଇଥିଲେ। ଏହାପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହାର ପ୍ରତିଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା। ଗୁଳିଚାଳନାରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
Comments are closed.