Odisha Link
Bridging the Missing Links in Odisha

କେ-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଜି କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ ହୋଇଛି। ଆନ୍ଧ୍ର ପ୍ରଦେଶ ତଟରେ ୩୫ଶହ କିମି ଲକ୍ଷ୍ୟ ଭେଦ କ୍ଷମତା ବିଶିଷ୍ଟ ପରମାଣୁ ଅସ୍ତ୍ରବାହକ କେ-୪ ବାଲିଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ସମଗ୍ର ଏସିଆରେ ଭାରତକୁ ଏକ ନୂଆ ଶକ୍ତିର ପରିଚୟ ଦେଇଛି ବାଲିଷ୍ଟିକ ମିଶାଇଲ କେ-୪ । ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ପାଣି ଭିତରେ ଥିବା ଏଖ ପ୍ଲାଟଫର୍ମରୁ ଛଡାଯାଇଥିଲା। ଏହି କ୍ଷେପଣାସ୍ତ୍ର ୩୫ ଶହ କି.ମି. ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ ଥିବାରୁ ଦକ୍ଷିଣ ଏସିଆରେ ଏହା ସୁରକ୍ଷା ସନ୍ତୁଳନରେ ବିଶେଷ ସହାୟକ ହେବ ବୋଲି ଆଶା ଯାଉଛି। ଭାରତ ଏବେ କେ-୪ ପରମାଣୁ କ୍ଷେପଣାସ୍ତ୍ରକୁ ନିଜର ସମସ୍ତ ପରମାଣୁ କ୍ଷମତାପନ୍ନ ବୁଡ଼ା ଜାହାଜରେ ମୁତୟନ କରିବାକୁ ଯୋଜନା ରଖିଛି। ବୁଡ଼ାଜାହାଜରେ ଏହାର ମୁତୟନ ପୂର୍ବରୁ ଆଉ କେତେକ ପରୀକ୍ଷଣ ମଧ୍ୟ ସଂପୂର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି। କେ-୪ ସମେତ ଏବେ ବିଓ-୫ ନାମକ ଆଉ ଏକ କ୍ଷେପଣାସ୍ତ୍ରକୁ ନୌସେନା ପାଇଁ ଡିଆର୍‌ଡିଓ ବିକଶିତ କରୁଛି। ବିଓ-୫ର ଆକ୍ରମଣ କ୍ଷମତା ୭୦୦ କିମି ବୋଲି କୁହାଯାଇଛି।

Comments are closed.