ରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବରର ତିନି କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବେ ପରେ ରାଜ୍ୟର ଅନେକ କଲେଜରେ ଏହାକୁ ନେଇ ଦେଖା ଦେଇଛି ବିବାଦ। ପ୍ରଥମ ବର୍ଷ ପରୀକ୍ଷା ପାସ ନକଲେ ଏଣିକି ଆଉ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ଛାତ୍ରଛାତ୍ରୀ। ଏହାକୁ ନେଇ ଅନେକ କଲେଜର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅନେକ କଲେଜରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଠ୍ୟକ୍ରମ ସରି ନଥିବାରୁ ଏତେ ଶୀଘ୍ର କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଛାତ୍ର ଛାତ୍ରୀ।
ଗତ କିଛି ଦିନ ଏଭଳି ବ୍ୟବସ୍ଥାକୁ ବିରୋଧ କରି ବିଜେବି କଲେଜରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଆଜି ବିଜେପି କଲେଜ, ମହର୍ଷି କଲେଜ ଓ ଏକ୍ରାମ କଲେଜର ଛାତ୍ରଛାତ୍ରୀ ମାନେ ରାସ୍ତାକୁ ଓହ୍ଲାଇ ଏଭଳି ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛନ୍ତି ।
Comments are closed.