Odisha Link
Bridging the Missing Links in Odisha

ନାଗରିକତା ଆଇନ କୌଣସି ମତେ ହଟିବ ନାହିଁ: ଅମିତ ଶାହ

ଲକ୍ଷ୍ମୌ: ଆଜି ଲକ୍ଷ୍ମୌରେ ନାଗରିକତା ଆଇନ ସମର୍ଥନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇ କହିଛନ୍ତି ଯେ, ନାଗରିକତା ଆଇନକୁ ନେଇ ଦେଶ ସାରା ଭୁଲ ତଥ୍ୟର ପ୍ରଚାର କରାଯାଉଛି। ଆଜିର ଦିନରେ ବିରୋଧି ଦଳ ସିଏଏକୁ ବିରୋଧ କରୁଛନ୍ତି। ଏହା କେବଳ ଏକ ଦୁପ୍ରଚାର। ଏହି ନିୟମ ଫଳରେ କାହାର ନାଗରିକତା ଯିବ ନାହିଁ ବୋଲି ଅମିତ ଶାହ କହିଛନ୍ତି।

ଏଥିସହିତ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବେୋନ୍ଧିତ କରି ଅମିତ ଶାହ କହିଛନ୍ତି ଯେ, ନାଗରିକତା ଆଇନକୁ ନେଇ ବିରୋଧୀ ଦେଶ ସାରା ଭ୍ରମ ସୃଷ୍ଟି କରୁଛନ୍ତି। ଯାହାରି ପାଇଁ ଭାରତୀୟ ଜନତା ପାର୍ଟି ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି।

ନରେନ୍ଦ୍ର ମୋଦି ସରକାର ନାଗରିକତା ଆଇନ ଆଣିଲେ। କଂଗ୍ରେସ, ମମତା ବାନାର୍ଜୀ, ଅଖିଳେଶ, କେଜ୍ରିଓ୍ବାଲ ପ୍ରମୁଖ ସିଏଏକୁ ନେଇ ସାରା ଦେଶରେ ଭ୍ରମ ସୃଷ୍ଟି କରୁଛନ୍ତି। ଏହି ବିଲକୁ ମୁଁ ଲୋକସଭାରେ ଆଗତ କରିଥିଲି। ମୁଁ ବିରୋଧୀଙ୍କୁ କହିବାକୁ ଚାହେଁ କି ଆପଣ ମାନେ ସାର୍ବଜନିକ ରୂପରେ ଏହି ବିଲର ଚର୍ଚ୍ଚା କରନ୍ତୁ। ଯଦି ଏହି ବିଲ କାହାର ନାଗରିକତା ନେଇ ପାରିବ ବୋଲି ଭାବୁଛ ତେବେ ପ୍ରମାଣ କରି ଦେଖାଅ ବୋଲି କହିଛନ୍ତି ଅମିତ ଶାହ।

Comments are closed.