Odisha Link
Bridging the Missing Links in Odisha

ଯାଜପୁର: ଆସନ୍ତାକାଲି ଜନଜାଗରଣ କାର୍ଯ୍ୟକ୍ରମରେ ଯୋାଗ ଦେବେ ସମୀର ମହାନ୍ତି

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି।

ବିରୋଧୀଙ୍କ ଏଭଳି ହୀନ ପ୍ରୟାସ ବିରୁଦ୍ଧରେ ଏବଂ ଏହି ଆଇନ ସପକ୍ଷରେ ଭାରତୀୟ ଜନତା ପାର୍ଟି ସାଧାରଣ ଜନତାଙ୍କ ସନ୍ଦେହ ଦୁରୀଭୁତ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜାଗରଣ କାର୍ଯ୍ୟକ୍ରମ କରିଆସୁଛି ବୋଲି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ କହିଛନ୍ତି। ଏହି ଅବସରରେ ଆସନ୍ତା କାଲି ସକାଳ ୧୧ଟାରେ ଯାଜପୁରଠାରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେବେ ବୋଲି ରାଜ୍ୟ ସଂପାଦକ ଶ୍ରୀ ସାମଲ ଜଣାଇଛନ୍ତି।

Comments are closed.