Odisha Link
Bridging the Missing Links in Odisha

କଂଗ୍ରେସରେ ଚିଠିକୁ ନେଇ ଝଡ଼

ଭୁବନେଶ୍ୱର: ଏକ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ଝଡ଼ ଉଠିଛି। ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏକ ଚିଠି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିଥିବା ଦେଖାଯାଇଛି। ଏହି ଚିଠିରେ କଂଗ୍ରେସର ମିଡ଼ିଆ କମିଟିର ପୁର୍ନଗଠନ ପାଇଁ ଲେଖାଯାଇଛି। ଏଥିରେ ମିଡ଼ିଆ କମିଟିର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପିସିସି ସଭାପତି କିଛି ନାମ ସୁପାରିଶ କରିଛନ୍ତି। ଏହି ଚିଠି ଜାନୁୟାରି ୧୭ ତାରିଖରେ ଲେଖାଯାଇଥିବା ବେଳେ ଚିଠି ତଳେ ପିସିସି ସଭାପତିଙ୍କ ଦସ୍ତଖତ ରହିଛି। ଏଥିରେ ଦଳର ମିଡିଆ ସେଲ ଅଧ୍ୟକ୍ଷ ପଦ ଲାଗି ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ନାମ ସୁପାରିସ କରାଯାଇଛି। ଅନ୍ୟପଟେ ଦଳର ମିଡିଆ ସେଲ ଅଧ୍ୟକ୍ଷ ଥିବା ସତ୍ୟପ୍ରକାଶ ନାୟକଙ୍କୁ ମିଡ଼ିଆ ରିସୋର୍ସ ପର୍ସନ ତାଲିକାରେ ରଖାଯାଇଛି।
ଅନ୍ୟପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଭାଇରାଲ ହୋଇଥିବା ଚିଠି ସତ ନୁହେଁ ବୋଲି କହିଥିବା ବେଳେ ଦଳ ପକ୍ଷରୁ ଆଧିକାରୀକ ଭାବେ କୌଣସି ଘୋଷଣା ହୋଇନାହିଁ। ସୁପାରିଶ ଚିଠିରେ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ପଦରେ ପଞ୍ଚାନନ କାନୁନଗୋଙ୍କ ନାମ ଲେଖାଯାଇଥିବାବେଳେ ସଂଯୋଜକ ଦାୟିତ୍ୱରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନାମ ଲେଖାଯାଇଛି। ସେହିପରି ରିସୋର୍ସ ପର୍ସନ ତାଲିକାରେ ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ କଂଗ୍ରେସ ଟିକଟରେ ଲଢ଼ିଥିବା ସତ୍ୟ ପ୍ରକାଶ ନାୟକଙ୍କ ସହ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମ ଲେଖାଯାଇଛି।

Comments are closed.