ମାନବିକତା ଦେଖାଇଲେ ଡାକ୍ତର
ମାଲାକାନଗିରି: ପୁଣି ମାନବିକତା ଦେଖାଇଲେ ଡାକ୍ତର ଓ ତାଙ୍କ ଟିମ୍। ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଭାର କରି ବୋହି ନେଲେ ହସ୍ପିଟାଲ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି କାଲିମେଳା ଅଞ୍ଚଳରୁ।
ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ପୋଲିଓ କାର୍ଯ୍ୟକ୍ରମ ପାଇଁ ଡାକ୍ତର ରାଧେଶ୍ୟାମ ଜେନାଙ୍କ ନେତୃତ୍ୱରେ ଏକ ଟିମ କାଲିମେଳା ବ୍ଲକ୍ ଅନ୍ତର୍ଗତ କୋଡିଦୁଲାଗୋନ୍ଦି ଗାଁକୁ ଯାଇଥିଲେ। ସେଠାରେ ପୋଲିଓ ଦେବା ସମୟରେ ଗାଁର ବାରେ ରିନା ମାଁ ନାମକ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ।
ଡାକ୍ତର ରାଧେଶ୍ୟାମ ଜେନା ଗାଁରେ ହିଁ ମହିଳାଙ୍କ ପ୍ରସବ କରାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ତାଙ୍କ ଗର୍ଭରେ ଦୁଇଟି ସନ୍ତାନ ଥିବାରୁ ପ୍ରସବ କରାଇବା କଷ୍ଟକର ହୋଇଥିଲା। ତେଣୁ ବାଧ୍ୟ ହୋଇ ଡାକ୍ତର ରାଧେଶ୍ୟାମ ଓ ତାଙ୍କ ସହାୟକ ସୁକାନ୍ତ ସାହୁ ଭାରରେ ଦୀର୍ଘ ୩୦ କିଲୋମିଟର ପାହାଡ ଜଙ୍ଗଲ ଡେଇଁ କାଲିମେଳା ଗୋଷ୍ଠୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତରଙ୍କ ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଉଛି।
Comments are closed.