ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ଷଷ୍ଠ ବୈଠକ

ଭୁବନେଶ୍ବର: ଆଜି ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ଷଷ୍ଠ ବୈଠକ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଷୋଡଶ ବିଧାନସଭା ସମୟରେ ବିଧାନସଭାରେ ଉପସ୍ଥାପିତ ଉକ୍ତ କମିଟିଙ୍କ ପ୍ରଥମ ରିପୋର୍ଟରେ ସ୍ଥାନିତ ସାଧାରରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଂପର୍କରେ କମିଟିଙ୍କ ମତାମତ/ସୁପାରିଶ ଉପରେ ସଂପୃକ୍ତ ବିଭାଗ ଦ୍ୱାରା ଆଜି ସୁଦ୍ଧା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ କମିଟି ସମୀକ୍ଷା କରିଥିଲେ।
ଏହି ବୈଠକରେ କମିଟିର ସଭ୍ୟ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।
Comments are closed.