ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ଗୋବିନ୍ଦ ଚନ୍ଦ୍ର ରଥ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ତଥା କଲେଜର ପରିଚାଳନା ସମିତି ସଭ୍ୟ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ବାର୍ଷିକ କ୍ରୀଡା ଉତ୍ସବରେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟ ରଖିଥିଲେ।
ମୁଖ୍ୟ ଅତିଥି କର୍ଣ୍ଣେଲ ନିଜ ବକ୍ତବ୍ୟରେ କ୍ରୀଡା ହେଉଛି ଛାତ୍ର ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା ଦ୍ବାରା ସମାଜର ଜଣେ ଉତ୍ତମ ମଣିଷଭାବରେ ନିଜକୁ ଗଢିପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ ନିଜ ବକ୍ତବ୍ୟରେ ଖେଳରେ ହାରଜିତ ରହିଛି, କ୍ରୀଡା ଏକ ମୁଖ୍ୟ ଅଙ୍ଗ ଯାହାଦ୍ବାରା ଛାତ୍ରଛାତୀମାନେ ବହୁ ଆଗକୁ ଯାଇପରିବେ ବୋଲି କହିଥିଲେ। ଅନ୍ୟମାମଙ୍କ ମଧ୍ୟରେ କଲେଜ କ୍ରୀଡା ପରିଷଦର ଉପାଧ୍ୟକ୍ଷ ଚଳନ କୁମାର ସାହୁ ଯୋଗଦେଇ ଛାତ୍ରଛାତୀମାନେ କିପରି ଭାବେ କ୍ରୀଡ଼ାରେ ସଫଳତା ପାଇପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଉପାଧ୍ୟକ୍ଷ ଗାର୍ଗୀ ବାନାର୍ଜୀ କ୍ରୀଡା କ୍ଷେତ୍ରରେ ଛାତ୍ରଛାତୀ ମାନଙ୍କର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂସଦର ଆବାହକ ମାନସ ରଞ୍ଜନ ସାହୁ ଏବଂ ସହ ଆବାହକ ଗଣେଶ୍ବର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୁନିଅର କଲେଜର ଅଧ୍ୟକ୍ଷ ତ୍ରିଲୋଚନ ରଥ, ଡିଗ୍ରୀ କେଲଜର ସମସ୍ତ ଅଧ୍ୟାପକ ଓ ଆଧ୍ୟାପିକା ମାନେ ପ୍ରମୁଖ ସହଯୋଗ ସକରିଥିଲେ। ଶେଷରେ କାର୍ଯ୍ୟକ୍ରମ ସଞ୍ଚାଳକ ହିମାଞ୍ଜଳୀ ଭୂୟାଁ ଧନ୍ୟାବଦ ଅର୍ପଣ କରିଥିଲେ।
Comments are closed.