ସୁରଟଠାରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଯୋଗଦେବେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ବର: ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁଆରୀ ୨୨ ତାରିଖରେ ସୁରଟ ଯାତ୍ରା କରିବେ। ସେଠାରେ ସେ ଓଡ଼ିଶା ମହୋତ୍ସବ କମିଟି, ସୁରଟ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଉଦ୍ଘାଟକ ଭାବେ ଯୋଗଦେବେ। ସୁରଟର ଆମ୍ରୋଲିସ୍ଥିତ ରାଜଓ୍ୱାଡ଼ି ପାର୍ଟି ପ୍ଲଟ୍ଠାରେ ଆୟୋଜିତ ଏହି ମହୋତ୍ସବରେ ବିପୁଳ ଜନସମାଗମ ହେବ।
ଗଞ୍ଜାମ ଜିଲ୍ଲାର ଅନେକ ବିଧାୟକଓ ବିଧାୟିକା ଏହି କାର୍ଯ୍ୟକ୍ରମରେ ଯୋଗଗଦେବେ। ୨୩ ତାରିଖ ଦିନ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ଫେରିବେ। ସୂଚନାଯୋଗ୍ୟ ଯେ, ସୁରଟରେ ୭ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ ବସବାସ କରୁଛନ୍ତି। ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ନୃତ୍ୟ ଆଦିର ପ୍ରଦର୍ଶନ ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ।
Comments are closed.