ତିନି ସେନା ମୁଖ୍ୟ ଦେଖିଲେ ତାନାଜୀ, ଅଜୟ କହିଲେ..
ନୂଆଦିଲ୍ଲୀ: ଇଂରାଜୀ ନୂଆବର୍ଷରେ ବଡ଼ ପରଦାରେ ଧମାଲ କରୁଛି ଫିଲ୍ମ ତାନାଜୀ-ଦ ଅନସଙ୍ଗ୍ ୱାରିୟର। ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମର ଆକ୍ସନ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ଅନ୍ୟପଟେ ଏହି ଫିଲ୍ମକୁ ୩ ସେନା ମୁଖ୍ୟ ଏକାଠି ଦେଖିଛନ୍ତି।
ଅବସରପ୍ରାପ୍ତ ନୌସେନା ଅଧିକାରୀ ହରିନ୍ଦର ସିକ୍କା ଟ୍ବିଟ କରି ଲେଖିଛନ୍ତି, ତାନାଜୀ ଇତିହାସ ସୃଷ୍ଟି କରିଛି। ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଏକାଠି ମିଶି ଫିଲ୍ମକୁ ଦେଖି ବେଶ୍ ଉପଭୋଗ କରିଛନ୍ତି। ଏଥି ସହିତ ସେ କହିଛନ୍ତି , ସମସ୍ତେ ଫିଲ୍ମଟିକୁ ଦେଖିବା ଜରୁରୀ।
Honoured to spend an evening with the three Chiefs. Thank you all for the love given to Tanhaji.@sikka_harinder https://t.co/kHDCUr4uIM
— Ajay Devgn (@ajaydevgn) January 20, 2020
ଅଜୟ ଦେବଗନ ମଧ୍ୟ ୩ ସେନା ମୁଖ୍ୟଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଟ୍ୱିଟ ଜରିଆରେ ଅଭିନେତା କହିଛନ୍ତି,“୩ ସେନା ମୁଖ୍ୟଙ୍କ ସହିତ ବିତାଇଥିବା ସନ୍ଧ୍ୟା ଅତ୍ୟନ୍ତ ସମ୍ମାନର କଥା। ତାନାଜୀ ଫିଲ୍ମକୁ ଏତେ ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ତାନାଜୀ ହେଉଛି ଅଜୟ ଦେବଗନଙ୍କ ୧୦୦ ତମ ସିନେମା। ଫିଲ୍ମଟି ବକ୍ସ ଅଫିସରେ ବଡ ସଫଳତା ହାସଲ କରିଛି। ଏହା ୨୦୦ କୋଟି କ୍ଲବରେ ଏଣ୍ଟ୍ରି କରିବାକୁ ଯାଉଛି। ଏଥିରେ ଅଜୟଙ୍କ ସମେତ କାଜଲ ଓ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.