ବାଜିରାଓ ଆଇଏଏସ୍ ଏକାଡେମୀ ପ୍ରତିଷ୍ଠାତା-ନିର୍ଦ୍ଦେଶକ ଦିଲୀପ୍ କୁମାରଙ୍କୁ ‘ଚାମ୍ପିଆନ ଅଫ୍ ଚେଞ୍ଜ ୨୦୧୯’ ସମ୍ମାନ

ନୂଆଦିଲ୍ଲୀ: ‘ଚାମ୍ପିଆନ ଅଫ୍ ଚେଞ୍ଜ ୨୦୧୯’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବାଜିରାଓ ଆଇ.ଏ.ଏସ୍ ଏକାଡେମୀର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଦିଲୀପ୍ କୁମାର। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ଦିନ ଆୟୋଜିତ ଏକ ବର୍ଣାଢ଼୍ୟ ସମାରୋହରେ ଦିଲପ୍ କୁମାରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁର୍ଖାଜୀ।
ଦିଲୀପ କୁମାରଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ଉପ-ମୁଖ୍ୟ ମନ୍ତ୍ରୀ ମନୀଷ ଶିସୋଡ଼ିଆ, ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବହୁ ଜଣାଶୁଣା ବ୍ୟକ୍ତିତ୍ବ ମଧ୍ୟ ଏହି ସମ୍ମାନ ଗ୍ରହଣ କରିଥିଲେ।
ଇଣ୍ଟରାକ୍ଟିଭ୍ ଫୋରମ୍ ଅନ୍ ଇଣ୍ଡିଆନ୍ ଇକନମି ପକ୍ଷରୁ ଆୟୋଜିତ ଏହି ସମ୍ମାନ ସମାରୋହରେ ଶିକ୍ଷା କ୍ଷେତ୍ରରେ ଉଦାହରଣମୂଳକ ଅବଦାନ ନିମନ୍ତେ ଦିଲୀପ କୁମାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବାଜିରାଓ ଆଇଏଏସ୍ ଏକାଡେମୀ ମାଧ୍ୟମରେ ଦେଶବ୍ୟାପୀ ଯୁବପିଢ଼ିଙ୍କୁ ଶିକ୍ଷାର ନୂଆ ଆଲୋକ ଦେଖାଇଥିବା ଦିଲୀପ କୁମାର ଜଣେ ପି.ଏଚ୍.ଡି ସ୍କଲାର। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ସମାପ୍ତ ପରେ ସେ ଇଂରାଜୀ ଓ ଇତିହାସରେ ସ୍ନାତକୋତ୍ତର ହାସଲ କରିଛନ୍ତି। ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଦିଲୀପ କୁମାର ଅଖିଳ ଭାରତୀୟ ମେଧା ଛାତ୍ରବୃତ୍ତି ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୯ ମସିହା ନିମନ୍ତେ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ସେ ଓଡ଼ିଶା ଉତ୍କର୍ଷ ସମ୍ମାନ ଲାଭ କରିଛନ୍ତି।
ଦିଲୀପ କୁମାରଙ୍କ ନେତୃତ୍ବରେ ବାଜିରାଓ ଆଇଏଏସ୍ ଏକାଡେମୀ ଓଡ଼ିଶା ତଥା ଦେଶର ଏକ ଅଗ୍ରଣୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଖ୍ୟାତି ଅର୍ଜନ କରିଛି।
Comments are closed.